May 19, 2024

ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ସଠିକ ଏସ୍.ଆଇ.ଏ.ରିପୋର୍ଟ ପ୍ରଦାନ କରୁ –

Share

ଜୟପୁର- ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଏକର ୧୩୪.୫୮୧ ଡେସିମିଲ ଭୂମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାଵ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଅଧିସୂଚନା RDM-LAB-KPT-0011-2021-35158/R&DM,ତା.୧୭/୧୦/୨୦୨୨ ରିଖରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ତା ୧୨/୫/୨୦୨୩ ରିଖରେ ବୋରିଗୁମ୍ମା ଠାରେ ଜନ ଶୁଣାଣି କରାଯାଇଥିଲା।ପ୍ରାପ୍ତ ସୂଚନା ଅନୁସାରେ ଏଥି ପୂର୍ବରୁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର କିଛି କର୍ମଚାରୀଙ୍କ ଦ୍ୱାରା ସମ୍ଭାବ୍ୟ କ୍ଷତିଗ୍ରସ୍ତ କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ସାମାଜିକ ପ୍ରଭାଵ ନିର୍ଦ୍ଧାରଣ ନିମନ୍ତେ ସର୍ଭେ କରାଯାଇଥିଲା ।କିନ୍ତୁ,ସର୍ଭେ ସମୟରେ ପ୍ରାପ୍ତ କରିଥିବା ତଥ୍ୟ ତଥା ଜନ ସାଧାରଣଙ୍କ ସମସ୍ୟା ତଥା ପ୍ରସ୍ତାଵ ଆଶ୍ଚର୍ଯ୍ୟ ଜନକ ଭାଵେ ଜନ ଶୁଣାଣି ସମୟରେ ଉପସ୍ଥାପନ କରି ନ ଥିଵା ଅଭିଯୋଗ ହୋଇଛି ।ଏ ନେଇ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ଗତ କାଲି ଲିଖିତ ଅଭିଯୋଗ କରାଯାଇଛି । ଦୁଲାଗୁଡା,ଶିଶାଗୁଡା,ଖିଆଲଗୁଡା ପ୍ରଭୃତି ଗ୍ରାମର ଗ୍ରାମବାସୀମାନେ ଏ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବୋରିଗୁମ୍ମା ତହସିଲଦାର ମଧ୍ୟ ଏ ବାଵଦରେ ଉପ ଜିଲ୍ଲାପାଳଙ୍କୁ ଲିଖିତ ରୁପେ ଅବଗତ କରିଛନ୍ତି ।ଅନୁସୂଚିତ ଜାତିର କିଛି ବ୍ୟକ୍ତିବିଶେଷଙ୍କୁ ସରକାର ଜମି ପ୍ରଦାନ କରିଛନ୍ତି ।ଦୁଲାଗୁଡା ଠାରୁ ବାରାଙ୍ଗଗୁଡାର ପୂର୍ଵ ଦିଗରେ ରେଳପଥ ଗଲେ ଠିକ୍ ହେବ ବୋଲି ଏହି ଗ୍ରାମବାସୀ ମାନେ ପ୍ରତ୍ୟେକ ଗ୍ରାମସଭାରେ ଯୁକ୍ତି ଉପସ୍ଥାପନ କରି ଆସୁଛନ୍ତି । ବୋରିଗୁମ୍ମା ତହସିଲଦାର ମଧ୍ୟ ଏ ସମ୍ପର୍କରେ ବିକଳ୍ପ ରେଳ ଷ୍ଟେସନ ଓ ରାସ୍ତା ନିର୍ମାଣ ପାଇଁ ରିପୋର୍ଟ ପ୍ରଦାନ କରି ସାରିଛନ୍ତି ।ଯଦି ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ବାରା ନିରପେକ୍ଷ ଭାବରେ ଏସ୍.ଆଇ. ଏ.ରିପୋର୍ଟ ପ୍ରଦାନ କରା ନ ଯାଏ,ତା ହେଲେ କ୍ଷତିଗ୍ରସ୍ତ ଗ୍ରାମଵାସୀଙ୍କ ପ୍ରତି ଘୋର ଅନ୍ୟାୟ ହେବ ବୋଲି ସାଧାରଣରେ ଦାବି ଜୋର ଧରିଛି ।
କୋରାପୁଟରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ,ଉପାନ୍ତ ଓଡ଼ିଶା।