ପାରାଦୀପ ଅବକାରୀ ବିଭାଗ ର ଦମାଙ୍ଗ ଗିରି….

Share

                                                                                                                                                                                                                                                                                                                                                    ଗଣ୍ଡକିପୁର ଗାଁରୁ ନକଲି ମଦ ଜବତ ଘଟଣା ନେଲା ଭିନ୍ନ ମୋଡ
ଅବକାରୀ ବିଭାଗର ଦାମଙ୍ଗ ଗିରି ଏକ ତରଫା ପ୍ରେମରେ ବିଫଳ ହୋଇ ପ୍ରେମିକ ଫଶାଇ ଦେଲା ଝିଅ ର ବାପା କୁ  ଗତ ରବିବାର ଦିନ ଝିଅ କୁ ଅନ୍ୟତ୍ର ବାହା ଦେବା ପରେ ପ୍ରତିଶୋଧ ନେଲା ଯୁବକ।  ପୂର୍ବରୁ ଦେଇଥିଲା ଧମକ ପୂର୍ଣ୍ଣ ଚିଠି, ଭଲରେ ନହେଲେ ମନ୍ଦରେ ହେବ , ଥରୁଟିଏ ମୋ ସହ କଥା ହୁଅ ଗୋଟିଏ ଦିନ ଟାଇମ୍ ଦେଲି ତାପରେ ଯାହା ହେବ ଦେଖିବ, ପରିବାର ରେ କାହାରିକୁ ଭଲରେ ରଖେଇଦେବି ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ଗଣ୍ଡକିପୁର ଗ୍ରାମରେ। ପାରାଦୀପ ନିକଟସ୍ଥ କୁଜଙ୍ଗ ବ୍ଲକ୍ ଗଣ୍ଡକିପୁର ଗ୍ରାମର ରମାକାନ୍ତ ସାହୁ ଙ୍କ ଘରୁ ନକଲି ମଦ ଜବତ ଘଟଣା ନେଲା ଭିନ୍ନ ମୋଡ । ରମାକାନ୍ତ ନକଲି ମଦ ତିଆରି କରୁ ନଥିଲେ ତାଙ୍କୁ ଫସାଇ ଦିଆ ଯାଇଥିବା କହିଲେ ଗ୍ରାମବାସୀ ଓ ପରିବାର ଲୋକେ। ରମାକାନ୍ତ ଙ୍କ ସପକ୍ଷରେ ଗ୍ରାମର ସମସ୍ତ ଲୋକ ଏକତ୍ରୀତ ହୋଇ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ପ୍ରେମରେ ବିଫଳ ଯୁବକ ର ଷଡଯନ୍ତ୍ର ର ତଦନ୍ତ ଦାବି ମଧ୍ଯ କରିଛନ୍ତି ଗ୍ରାମବାସୀ । ନହେଲେ ଭୋଟ ବର୍ଜନ କରିବାକୁ ସେମାନେ ଚେତାବନି ଦେଇଛନ୍ତି । କେନ୍ଦ୍ରାପଡା ଖୁରସିଆ ବାଲିସାହି ର ମହେନ୍ଦ୍ର ସ୍ୱାଇଁ ଗଣ୍ଡକିପୁର ଗ୍ରାମର ରମାକାନ୍ତ ସାହୁ ଙ୍କ ଝିଅ କୁ ଏକ ତରଫା ଭଲ ପାଇ ନେବାକୁ ବସିଥିଲା। ରମାକାନ୍ତ ଏଥିରେ ରାଜି ନହୋଇ ନିଜ ଝିଅ କୁ ଅନ୍ୟତ୍ର ବିବାହ କରିବା ପରେ ମହେନ୍ଦ୍ର ପ୍ରତିଶୋଧ ନେବା ପାଇଁ
ଅବକାରୀ ବିଭାଗ କୁ ବିଳମ୍ବିତ ରାତିରେ କିଛି ନକଲି ମଦ ତିଆରି ସମାଗ୍ରୀ ଆଣି ଧରାଇ ଦେଇ ଥିବା ଗ୍ରାମବାସୀ ଓ ରମାକାନ୍ତ ଙ୍କ ପତ୍ନୀ ଅଭିଯୋଗ କରିଛନ୍ତି | ତେବେ ମଙ୍ଗଳବାର ରମାକାନ୍ତ କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଯେଉ ଟିମ ଏଠି ରେଡ କରିବାକୁ ଆସିଥିଲେ ସେମାନଙ୍କ ମୋବାଇଲ CDR ଯାଞ୍ଚ କରାଯାଉ ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ପ୍ରକୃତ ଘଟଣାର ତଦନ୍ତ କରି ନିରୀହ ରମାକାନ୍ତ ଙ୍କ ପରିବାର କୁ ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ମାନ୍ୟବର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଦାବି କରିଛନ୍ତି । ଯଦି ନ୍ୟାୟ ନ ମିଳେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଗଣ୍ଡକିପୁର ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି | ଏଠି ପ୍ରଶ୍ନ ଉଠେ ଦିନେ ଖାଇଲେ ଦିନେ ଉପବାସ ରହୁଥିବା ଗରିବ ଲୋକଙ୍କ ଉପରେ ଏଭଳି ଘୁନ୍ୟ ପଦକ୍ଷେପ ନେଉଥିବା ଅବକାରୀ ବିଭାଗର କର୍ମଚାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାକିରିରୁ ବରଖାସ୍ତ କରିବାକୁ ସର୍ବସାଧାରଣ ରେ ଦାବି ହୋଇଛି।(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )