May 19, 2024

“CITU ନେତୃତ୍ଵରେ ରାଜସୁନାଖଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆସାକର୍ମୀ ଙ୍କ ଗଣଧାରଣା “

Share

ରାଜସୁନାଖଳା,(ଉପାନ୍ତ ଖବର):ଓଡ଼ିଶା ଆଶାକର୍ମୀ ଆସୋସିଏସନ୍, ସି ଆଇ ଟି ୟୁ ନେତୃତ୍ବ ରେ ରାଜସୁନାଖଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆଶାକର୍ମିଙ୍କ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ସାଥୀ ଜାମିନୀ ରାଣୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗଣଧାରଣା ରେ ବକ୍ତା ମାନେ ଆଶା କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା,ମାସିକ ୨୬୦୦୦ଟଙ୍କା,ମାସିକ ପେନସେନ୍୧୦,୦୦୦ଟଙ୍କା,ଅବସର କାଳୀନ ଓ ମୃତ୍ୟୁ କାଳୀନ ୮ ଲକ୍ଷ ଟଙ୍କା ,ସାମାଜିକ ସୁରକ୍ଷା , ମାସିକ ପ୍ରୋସ୍ଚାହନ ରାଶି ର ସବିଶେଷ ତଥ୍ୟ,ବକେୟା ତାଲିମ୍ ସହାୟତା , ବିଭିନ୍ନ ଯୋଜନାର ବକେୟା ସହାୟତା ତୁରନ୍ତ ପ୍ରଦାନ ପାଇଁ ବକ୍ତା ମାନେ ଦାବୀ କରିଥିଲେ। ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଭେଟି ଏଗାର ଦଫା ଦାବୀ ପତ୍ର ପ୍ରଦାନ କରିବା ସହ ଦାବୀ ଗୁଡିକ ଉପରେ ଆଲୋଚନା କରିଥିଲେ। ପରିଶେଷରେ ନୟାଗଡ ଜିଲ୍ଲା ଆଶା କୋର୍ଡିନେଟର ସିତାକାନ୍ତ ପଟ୍ଟନାୟକ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜଗଦୀଶ ଚନ୍ଦ୍ର ଜେନା, ବ୍ଲକ ପୋଗ୍ରାମ ପରିଚାଳକ ତୁଷାର ରଞ୍ଜନ ସାହୁ ଓ ବ୍ଲକ ଆକାଉଣ୍ଟାଣ୍ଟ ମ୍ୟାନେଜର ଗଣଧାରଣା ସ୍ଥଳ କୁ ଆସି ବିଭିନ୍ନ ଦାବୀ ପୁରଣ ପାଇଁ ଦୃଢ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇ ଥିଲା। ରାଜ ସୁନାଖଳା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଏମ୍ ଜାଫୃଲ୍ଲା ଅଲ୍ଲୀ ଓ ପୋଲିସି ବନ୍ଧୁମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏହି ଗଣଧାରଣା ରେ ସଂଗଠନର ରାଜ୍ୟ ଉପ ସଭାପତି ସୁରେଶ ସ୍ବାଇଁ,ଜିଲ୍ଲା ସଭାପତି ଚାପ୍ ଧାରୀ ରାଉତ,ସଂଗଠନ ର ରାଜ୍ୟ ନେତ୍ରୀ ସଞ୍ଜୁକ୍ତା ସେଠୀ,ଜିଲ୍ଲା ନେତ୍ରୀ ମଙ୍ଗଳି ରାଉତ,ଜିଲ୍ଲା ନେତା କାଳନ୍ଦୀ ନାୟକ, ବ୍ଳକ ସଂପାଦକ ସ୍ମୃତିରେଖା ସେନାପତି,ରଞ୍ଜୁଲତା ମହାପାତ୍ର, ମଞ୍ଜୁ ଲତା ପ୍ରଧାନ, ସରୋଜିନି ପ୍ରଧାନ,ଅହଲ୍ୟା ଦେଇ ପ୍ରମ୍ମୁଖ ବକ୍ତବ୍ୟ ରଖିଥିଲେ।

(ସୁଶାନ୍ତ କୁମାର ପ୍ରଧାନ)