April 27, 2026

ବ୍ଲକ ସ୍ତରୀୟ ତ୍ରିଦିବସିୟ ଫିଜିଓଥେରାପି ଶିବିର ଅନୁଷ୍ଠିତ

IMG-20260325-WA0084
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବ୍ଲକ ସ୍ତରୀୟ ତ୍ରିଦିବସୀୟ ଭିନ୍ନକ୍ଷମ ଫିଜିଓଥେରାପି ଶିବିର ବିଭିନ୍ନ କ୍ଲଷ୍ଟର ଅଧୀନରେ ଥିବା ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଶନପୁର ପଞ୍ଚାୟତ ଅଧୀନ କୋଲଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଅଧୀନରେ ଥିବା ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ୩୦ ଜଣ ଅବିଭାବକ ତିନି ଦିନ ଧରି ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଉକ୍ତ ଶିବିର ପରିଚାଳନା ଦାୟିତ୍ୱରେ ବି.ଆର.ଟି. ପ୍ରମୋଦ କୁମାର ମଲ୍ଲିକ ଥିବା ବେଳେ, ବି. ଆର.ଟି. ମହେଶ୍ୱର ବେହେରା, ଏବଂ ବି.ଆର.ଟି. ଅନ୍ନପୂର୍ଣ୍ଣା ସ୍ୱାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଓ ଉତ୍ତମ ମାନର ଫିଜିଓ ଥେରାପି ପ୍ରଶିକ୍ଷଣ ଦେବାରେ ସହାୟକ ହୋଇଥିଲେ l କିପରି ପିଲାମାନେ ଅକ୍ଷର ଖଞ୍ଜିବେ, ହାତ ଗୋଡ ର ସଂଚାଳନ କରିବେ, ପାଣି ପିଇବା ଆଦି ବିଷୟ କୁ ସୁପରିଚାଳନା କରିବାରେ ପ୍ରମୋଦ କୁମାର ମଲ୍ଲିକ ସମେତ ମହେଶ୍ୱର ବେହେରା ଓ ଅନ୍ନପୂର୍ଣ୍ଣା ସ୍ୱାଇଁ ପ୍ରଚେଷ୍ଟା କରିଥିବାର ଅବିଭାବକ ମାନେ କହିଥିଲେ l ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକ ମାନଙ୍କର ଖାଦ୍ୟ ପେୟର ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଆଜି ଉଦଯାପନୀ ଦିବସରେ ପ୍ରତ୍ୟେକ ଙ୍କୁ ଗସ୍ତଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଇ ଥିବାର ଦେଖିବାକୁ ମିଳିଥିଲା l ସୂଚନା ଥାଉକି ଏହି କାର୍ଯ୍ୟକ୍ରମ ଗତ ୨୩/୩/୨୬ ତାରିଖରୁ ଆରମ୍ଭ ହୋଇ ୨୫/୩/୨୬ ତାରିଖରେ ଶେଷ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ କ୍ରମବିକାଶ ଅନେକାଂଶରେ ଉନ୍ନତି କରୁଥିବାର ଅବିଭାବକ ମାନଙ୍କ ଠାରୁ ପ୍ରକାଶ l ଏହି ପରି କାର୍ଯ୍ୟକ୍ରମ ଭଲ ପ୍ରଭାବ ପକେଇବ ବୋଲି ବହୁ ଅବିଭାବକ ଚର୍ଚ୍ଚା କରୁଥିବାର ଶୁଣିବାକୁ ମିଳିଥିଲା l