କାଳବୈଶାଖି ପ୍ରଭାବରେ ବର୍ଷା ଓ କୁଆପଥର ମାଡ , ଗରମରୁ ମିଳିଲା ଆଶ୍ବସ୍ତି

ବୁଗୁଡା : ତା ୨୫/୦୩/୨୬ : ଏଇ କିଛି ଦିନ ହେଲା ତାପମାତ୍ରାରେ ବୃଦ୍ଧି ଘଟି ଗରମ ଅନୁଭୂତ ହେଉଥିଲା।
ତେବେ ଆଜି ବୁଧବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ଯୋଗୁଁ ବୁଗୁଡା ଅଞ୍ଚଳବାସୀଙ୍କୁ ଗରମରୁ ସାମାନ୍ୟ ଆସ୍ୱସ୍ତି ମିଳିଛି । କାଳବୈଶାଖି ପ୍ରଭାବରେ ଘଡଘଡି ସହ ବର୍ଷା ଓ ପବନ ବହିବା ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ ହୋଇଥିଲା। ପ୍ରବଳ ବେଗରେ ପବନ ବହିବା ଯୋଗୁଁ ସ୍ଥାନୀୟ ମୁଖ୍ୟ ସଡକ କଡସ୍ଥ ଏକ ଗଛ ମୂଳରୁ ଭିଙ୍ଗିଯାଇ ରାସ୍ତା ଉପରେ ପଡିଯାଇଥିଲା । ଫଳରେ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିଲା। ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ କାଟି ରାସ୍ତା ସଫା କରିବା ପରେ ଅବସ୍ଥା ସ୍ବଭାବିକ ହୋଇଥିଲା । ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା ଏବଂ ବିଦ୍ଯୁତ୍ ବ୍ଯାଘାତ ଯୋଗୁଁ ଚାରିଆଡ଼େ ଘନ ଅନ୍ଧକାର ଘୋଟିଥିଲା ।
