April 26, 2026

ପୁଷ୍ପ ବ୍ୟକ୍ତିତ୍ୱ ଧର୍ମୁ ନାରାୟଣ ପ୍ରଧାନଙ୍କ ପରଲୋକ କାନ୍ଧୁଛି ସନାତନପାଲି 

IMG-20260325-WA0000
Share

 

 

ସମ୍ବଲପୁର, ୨୪. ୦୩():ଫୁଲ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସମ୍ବଲପୁର ଜିଲ୍ଲାର ସନାତନପାଲି ଗ୍ରାମବାସୀଙ୍କ ଆଖିରେ ଆଜି ଝରୁଛି ଲୁହ। ଗାଁକୁ ଫୁଲ ଚାଷରେ ପ୍ରସିଦ୍ଧି ଆଣିଥିବା ଗାଁର ପ୍ରଥମ ଫୁଲ ଚାଷୀ ଧର୍ମୁ ନାରାୟଣ ପ୍ରଧାନ (୭୪)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଲୟରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

ଧର୍ମୁ ସମ୍ବଲପୁର ଜିଲ୍ଲାରେ ୧୯୯୫ ମସିହାରେ ପ୍ରଥମ ଥର ପାଇଁ ଗୋଲାପ ଫୁଲ ଚାଷ କରି ସମଗ୍ର ଜିଲ୍ଲା ପାଇଁ ପୁଷ୍ପ ମାନବର ପ୍ରତିଷ୍ଠା ଲାଭ କରିଥିଲେ। ଗୋଲାପ ଫୁଲ ସହ ଗେଣ୍ଡୁ ଚାଷ କରି ସମାଜ ପାଇଁ ଏକ ଉଦାହରଣ ବ୍ୟକ୍ତିତ୍ୱ ସାଜୁ ସାଜୁ ତାଙ୍କ ପଥ ଅନୁକରଣ କରି ସନାତନପାଲିର ଅନେକ ଚାଷୀ ଏହି ଫୁଲ ଚାଷକୁ ନିଜର ଜୀବିକା ଭାବେ ଗ୍ରହଣ କରିଥିଲେ। ଫଳରେ ଏହି ଗାଁ ସନାତନପାଲି ସମଗ୍ର ଜିଲ୍ଲା କାହିଁକି ବରଂ ରାଜ୍ୟ ସ୍ତରରେ ଫୁଲ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିବାରୁ ରାଜ୍ୟ ଓ ଜାତୀୟ ସ୍ତରରେ ଏହି ଗାଁ ପାଲଟି ଯାଇଥିଲା ଫୁଲ ପାଇଁ ଏକ ପର୍ଯ୍ୟଟନ କେନ୍ଦ୍ର। ସକାଳ ପାହିଲେ ଫୁଲ ବ୍ୟବସାୟୀ ଙ୍କ ଯମୁଥିଲା ଭିଡ଼। ବହୁ ମନ୍ଦିର କମିଟି ସଦସ୍ୟ ଆସି ମଧ୍ୟ୍ୟ କିଣିନେଉଥିଲେ ଫୁଲ।ଉଦ୍ୟାନ କଥା ଉଠିଲେ ସନାତନପାଲି ଉପରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ଅଧିକାରୀ ମାନଙ୍କ ପାଦ ପଡୁଥିଲା। ଏହି ଫୁଲ ଚାଷ ପାଇଁ ଧର୍ମୁ ନାରାୟଣ ନାରାୟଣ ପରି ଯୁବ ସମାଜକୁ ଦେଖାଇଥିଲେ ନୁଆଁ ମାର୍ଗ। ଫଳରେ ଏହି ଗାଁର ଅନେକ ଯୁବ ଚାଷୀ ତାଙ୍କରି ଆଦର୍ଶ ଓ ପ୍ରେରଣାରେ ଶୀର୍ଷ ସୋପାନରେ ପହଞ୍ଚି ପାରିଥିଲେ। ମନବୋଧ ପ୍ରଧାନ ହେଉଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ। ମନବୋଧଙ୍କ ପରି ଅନେକ ଯୁବ ଚାଷୀ ବିଭିନ୍ନ ଫୁଲ ଚାଷ କରି ଆଜି କେବଳ ସ୍ୱାବଲମ୍ଭି ହୋଇନାହାନ୍ତି ବରଂ ସମାଜ ପାଇଁ ଏକ ଏକ ଦୃଷ୍ଟାନ୍ତ ସାଜିଛନ୍ତି।

ଆଜି ତାଙ୍କର ପରଲୋକ ଖବର ପାଇ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ସନ୍ଧ୍ୟାରେ ନିଜ ଗ୍ରାମ ସନାତନପାଲି ସ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ ପୁଅ ଅଶୋକ ମୁଖାଗ୍ନି ଦେଇଥିବା ବେଳେ କନିଷ୍ଠ ପୁତ୍ର ଅରୁଣଙ୍କ ସହ ତାଙ୍କର ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।

 

ଫୁଲ ଚାଷୀ ଧର୍ମୁ ନାରାୟଣ ପଧାନଙ୍କ ବିୟୋଗରେ ଆମେ ସନାତନପାଲି ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ଲିଃ ପରିଚାଳନା ନିର୍ଦ୍ଦେଶକ ମନବୋଧ ବାରିକ କହିଛନ୍ତି ଧର୍ମୁ ନାରାୟଣ ପ୍ରଥମ କରି ଗୋଲାପ ଫୁଲ ଏବଂ ବିଭିନ୍ନ ପ୍ରକାର ର ଫୁଲ ଚାଷ ଆରମ୍ଭ କରି ଅନେକ ଯୁବ ଚାଷୀ ଙ୍କ ପ୍ରେରଣା ସାଜିଥିଲେ। ତାଙ୍କ ପରଲୋକରେ ଫୁଲର ବାସ୍ନା ଝଡିଯାଇଛି।