May 10, 2026

ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ

IMG-20250325-WA0040
Share

 

 

କୋଲନରା: ( ସଞ୍ଜୀବ କଣ୍ଡାଗରୀ )ନୂତନ ଶିକ୍ଷାନୀତି ୨୦୨୦ ପାଳନ କରିବାକୁ ଯାଇ ରାଜ୍ୟ ସରକାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ “ ଶିଶୁ ବାଟିକା “ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୫ ବର୍ଷରୁ ଅଧିକ ବୟସ ର ପିଲା ମାନଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ରଖା ଯାଇଛି । ଏହି ପରି ପ୍ରେକ୍ଷୀରେ ଆସନ୍ତା ମାସ ଅପ୍ରେଲ ୨ ତାରିଖ ରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ “ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ “ କାର୍ଯ୍ୟକ୍ରମ ଆୟୋଜନ କରା ଯାଉ ଥିବାରୁ ଆଜି କୋଲନରା ବ୍ଲକରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀ ଗାଁରେ ଘର ଘରକୁ ଯାଇ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ସୁରୀ ଗ୍ରାମ ପଞ୍ଚାୟତ ସଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ଚିନ୍ତଡା, ସହକାରୀ ଶିକ୍ଷୟିତ୍ରୀ ଆରତୀ ପାଢ଼ୀ, ଚିନ୍ମୟୀ ଦାସ, ଜି ବିଜୟ ଲକ୍ଷ୍ମୀ, ଶିକ୍ଷକ ଗିରିଶ ଚନ୍ଦ୍ର ମହନ୍ତ ସୁରୀ ଗ୍ରାମରେ ଘର ଘରକୁ ଯାଇ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି। ଏହି ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କୁ ଯେପରି ଅଭିଭାବକ ଓ ନୂତନ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ସ୍ମରଣୀୟ ରହିବ ସେଥିପାଇଁ ପ୍ରସ୍ତୁତି ଚାଲିଥିବା ଜଣା ପଡ଼ିଛି।