May 13, 2026

କୋଲର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ..

IMG-20250325-WA0003
Share

 

 

ତିର୍ତ୍ତୋଲ(ରଞ୍ଜନ କୁମାର ମଲ୍ଲିକ)

ତିର୍ତ୍ତୋଲ ବ୍ଳକ ଅଧିନ କୋଲର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ମେଗା ଆୟୁଷ୍କାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୁଷ୍କାନ ଆରୋଗ୍ୟ କେନ୍ଦ୍ର କୋଲର ଆୟୁକ୍ଷ ବିଭାଗ ଡାକ୍ତର ସତ୍ୟ ନାରାୟଣ କାନୁନଗୋ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପୁରୁଷ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ମଳୟ କିଶୋର ତ୍ରିପାଠି,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା କମଳା ବେହେରା, ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ପ୍ରଧାନ,ଯମୁନା ମାଝି,ସବିତା ନାୟକ,ସୋନାଲି ମହାନ୍ତି,ଲିପ୍ସିତା ମହାପାତ୍ର,ପ୍ରେମଲତା ମହାପାତ୍ର, ଲିପ୍ସା ଜେନା ଏବଂ ଯୋଗଗୁରୁ ଜିବନଧନ ବେହେରା ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ଆରୋଗ୍ୟ ଶିବିର ସଂର୍ପକରେ ଆଲୋକପାତ କରିଥିଲେ।ସରକାର ଙ୍କ ତରଫରୁ ଆୟୁଷ୍ମାନ ଆରୋଗ୍ୟ ଶିବିର ମାଧ୍ୟମରେ ନିରନ୍ତର ସଂକ୍ରମଣ ଏବଂ ଅଣ ସଂକ୍ରମଣ ରୋଗର ପ୍ରତିକାର ସମ୍ବନ୍ଧରେ ବିନା ମୁଲ୍ୟରେ ପରିକ୍ଷା ନିରିକ୍ଷା କରାଯାଇ ରୋଗୀ ମାନଙ୍କୁ ଔଷଧ ପ୍ରଦାନ କରାଯାଇଥାଏ। ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ବକ୍ତା ମାନେ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ଙ୍କ ସହଯୋଗରେ ସ୍ଥାନିୟ ଜନସାଧାରଣ ଶିବିରାର୍ଥୀ ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ପରିକ୍ଷା କରି ଆବଶ୍ୟକ ଔଷଧ ଗ୍ରହଣ କରିଥିଲେ।