May 10, 2026

ଯକ୍ଷ୍ମାମୁକ୍ତ ଭାରତବର୍ଷ ପାଇଁ ସଂକଳ୍ପ

IMG-20250325-WA0002
Share

ଆମେ ସଚେତନ ହେବା: ଯକ୍ଷ୍ମାମୁକ୍ତ ଭାରତବର୍ଷ ଗଢ଼ିବା, ଏପରି ଏକ ଦୃଢ଼ ସଂକଳ୍ପ ସହ ପୁରୀରେ ପାଳନ ହୋଇଛି ବିଶ୍ଵ ଯକ୍ଷ୍ମା ଦିବସ। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ , ପୁରୀ ର ନେହେରୁ ଯୁବ କେନ୍ଦ୍ର ଓ ମିଶନ ଓଡ଼ିଶା ର ମିଳିତ ସହଯୋଗ ରେ ରେଡକ୍ରସ ର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଯୁଗ୍ମ ସଂପାଦକ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାଲବେଗ ପୀଠ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ଵ ଯକ୍ଷ୍ମା ଦିବସ ରେ ଉଦବୋଧନ ଦେଇ ଓଡ଼ିଶା ର ବିଶିଷ୍ଟ ଚିକିତ୍ସକ ଡାକ୍ତର ସୁଦର୍ଶନ ପୋଥାଳ, ଆବଶ୍ୟକୀୟ ସଚେତନତା ଓ ନିୟମିତ ଔଷଧ ସେବନ ହିଁ ୨୦୨୫ ଶେଷ ସୁଧ୍ୟା ଭାରତବର୍ଷ ରେ ଯକ୍ଷ୍ମାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବ ବୋଲି ମତବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଯକ୍ଷ୍ମାରୁ ମୁକ୍ତ ରହିବା ପାଇଁ ଏବେ ଦିଆଯାଉଥିବା ପ୍ରତିକାର ଔଷଧକୁ ବ୍ୟବହାର କରିବା ଦରକାର। ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ନିୟମିତ ଓ ନିର୍ଦ୍ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଖାଇବା ଆବଶ୍ୟକ ଏହା ସହ ଆଜି ସଚେତନତା ଶିବିରରେ ବଡ ବାର୍ତ୍ତା ଦେଇଛନ୍ତି ଡାକ୍ତର ପୋଥାଳ ଯେ ଗୋଟିଏ ମଶକ୍ୟେଟ କଏଲ ୧୦୦ଟି ସାଗାରେଟ ସହ ସମାନ ଅର୍ଥ ଘରେ ମଶା କଏଲ ବ୍ୟବହାରରୁ ଦୂରରେ ରୁହନ୍ତୁ। ।ଏଥିରେ ଉଦବୋଧନ ଦେଇ ପୁରୀ ଜିଲ୍ଲା ଯକ୍ଷ୍ମା କମିଟି ସଦସ୍ୟ ବଦ୍ରି ମିଶ୍ର କହିଥିଲେ ଯେ ବାୟୁ ପ୍ରଦ୍ୟୁଷଣ ରୁ ପରିବେଶକୁ ମୁକ୍ତ ରଖିବା,ସୁଷମ ଖାଦ୍ୟ ସେବନ ଓ ଶୃଙ୍ଖଳିତ ଯୌନ ଜୀବନ ହିଁ ଭାରତବର୍ଷ କୁ ଯକ୍ଷ୍ମାରୁ ରକ୍ଷା କରିପାରିବ। ସେ କହିଥିଲେ ଯେ ପୁରୀ ଜିଲ୍ଲା ର ଯକ୍ଷ୍ମାଵିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଦ୍ବାରା ପୁରୀ ଜିଲ୍ଲା ରୌପ୍ୟ ପଦକ ପାଇଛି। ଏଣୁ ଏହି ବିଭାଗ ରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଏକ ଆବଶ୍ୟକତା। ଏଥିରେ ସମ୍ମାନିତ ଅତିଥି ଭାବେ ଯୁବ ଡାକ୍ତର ପଲ୍ଲବୀ ପ୍ରିୟମ୍ବଦା ଯକ୍ଷ୍ମା ରୋଗ ନହେବା ପାଇଁ ନିଜର ଖାଦ୍ୟକୁ ସନ୍ତୁଳିତ କରିବାଆବଶ୍ୟକ ଫଳରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବଓ ଯୁବ ସମାଜସେବୀ ଚକ୍ରଧର ମହାପାତ୍ର, ଯକ୍ଷ୍ମାରୁ ମୁକ୍ତି ପାଇଁ ପ୍ରତିଟି ବ୍ୟକ୍ତି, ପରିବାର ଓ ସମାଜ ସଚେତନ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ରେଡକ୍ରସ,ସେଣ୍ଟ ଜନ୍ ଆମ୍ବୁଲାନ୍ସ

 ଓ ମିଶନ ଓଡ଼ିଶା ସମେତ ପୁରୀ ର ଅନେକ ସ୍ବେଛାସେବୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଡକ୍ରସ ସୋସାଇଟି ର କାର୍ଯ୍ୟ ନିର୍ବାହୀ ସଦସ୍ୟ ମଧୁମିତା ମହାପାତ୍ର ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମିଶନ ଓଡିଶା ଆମ୍ବୁଲାନ୍ସ ଡିଭିଜନ, ମିଶନ ଓଡିଶା ନର୍ସିଂ ଡିଭିଜନର ବ୍ରିଗେଡ, ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡିଭିଜନ ଓ ନର୍ସିଂ ଡିଭିଜନର ବ୍ରିଗେଡ ଙ୍କ ସହ ମିଶନ ଓଡିଶାର ସ୍ବେଚ୍ଛାସେବୀ ମାନେ ଯୋଗଦାନ କରିଥିଲେ। ଏହି ସଚେତନତା ଶିବିରକୁ ଅଜୟ କୃଷ୍ଣ ଦାସ ପରିଚାଳନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ