ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର କୃତି ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା
ତିର୍ତ୍ତୋଲ ତା 25/2/2026 ଚଳିତବର୍ଷ 2025-26 ଶିକ୍ଷାବର୍ଷରେ, କନକପୁର ପଞ୍ଚାୟତ ଅଧିନ ଛତ୍ରମଠ ତରାପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ରେ ପଞ୍ଚମଶ୍ରେଣୀ ଛାତ୍ର ସାଇଶୁଭମ ପରିଡା, ତିର୍ତ୍ତୋଲବ୍ଲକ ସ୍ତରରେ ସରକାରୀ ବୃତ୍ତିପରୀକ୍ଷାରେ ଓ ଆଦର୍ଶ ବିଦ୍ୟାଳୟ ରେ କୃତକାର୍ଯ୍ୟ ହୋଇଥିବା ବେଳେ, ଏଠାରେ ଅଧ୍ୟୟନରତ ତୃତୀୟଶ୍ରେଣୀ ଛାତ୍ରୀ ପ୍ରଜ୍ଞ୍ୟାଶ୍ରୀ ବିଶ୍ୱାଳ ମଧ୍ୟ ବୃତ୍ତିପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରି, ଶିଶୁମନ୍ଦିର ର ସୁନାମ ବଜାୟ ରଖିଥିବାରୁ, ଉଭୟଙ୍କୁ ବିଦ୍ୟାଳୟପରିସରରେ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ, ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବାବେଳେ, କୃତିବିଦ୍ୟାର୍ଥୀ ଙ୍କ ପିତାମାତା ହମିରପୁର ଗ୍ରାମର ଦେବେନ୍ଦ୍ର ପରିଡା, ନୟନା ପରିଡା ଓ କେଉଲଗ୍ରାମର କାହ୍ନୁଚରଣ ବିଶ୍ୱାଳ, ମାଳବିକା ବିଶ୍ୱାଳ ଙ୍କୁ ମଧ୍ୟ ଆଦର୍ଶ ଅଭିଭାବକ ଭାବେ ସମ୍ମାନିତ କରାଯାଇଥିଲା l 2006 ମସିହାରେ ସ୍ଥାପିତ ହୋଇଥିବା ଏହି ଶିଶୁମନ୍ଦିର ରେ ଲଗାଦାର ଭାବରେ ବହୁ ବିଦ୍ୟାର୍ଥୀ କୃତିତ୍ୱଲାଭ କରି ଅନୁଷ୍ଠାନର ଗୌରବ ଆଣିଆସୁଛନ୍ତି l ତେବେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିବପ୍ରସାଦ ନନ୍ଦ, ଅଶୋକ କୁମାର ସିଂହ, ସୁପ୍ରଭା ନାୟକ, କମଳିନୀ ଶତପଥୀ, ସରୋଜିନୀ ରାଉତ, ମୋନାଲିସା ସାହୁ, ରାଜଶ୍ରୀ ମନୋହାରୀ, ସୋନାଲିନି ନନ୍ଦ ଓ ଶିବାଙ୍ଗି ବର୍ଦ୍ଧନ ଙ୍କ ସମେତ, ଏହି ଶିଶୁମନ୍ଦିରର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
