March 8, 2026

ଘଟପର୍ବ ଉପଲକ୍ଷେ ଆସିଲା ମା ଶୀତଳା ଙ୍କ ଆଜ୍ଞା ମାଳ 

IMG-20260225-WA0037
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ମା ଶୀତଳା ଠାକୁରାଣୀ ଙ୍କ ଘଟ ପର୍ବ ପାଇଁ ମଙ୍ଗଳ ବାର ମା ଙ୍କ ମନ୍ଦିର ରେ ପୂଜା ପାଠ ପରେ ଆସିଲା ଆଜ୍ଞା ମାଳ. ପ୍ରତି ତିନି ବର୍ଷ କୁ ଘଟ ପର୍ବ ଅନୁଷ୍ଠିତ ହେଉ ଅଛି. ତାରିଖ ନିର୍ଧାରିତ ପରେ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି. ପଡୋଶୀ ଆନ୍ଧ୍ର ଏବଂ ଛତିଶ ଗଡ଼ ସମେତ ବିଭିନ୍ନ ରାଜ୍ୟ ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୁଏ.ଆଜ୍ଞା ମାଳ ପୂଜା ଅବସର ରେ ସମସ୍ତ ସେବାୟତ. ଭକ୍ତଙ୍କ ସମେତ ଘଟ ଯାତ୍ରା ପରିଚଳନା କମିଟି ର କର୍ମ କର୍ତ୍ତା ଉପସ୍ଥିତ ଥିଲେ.ଜନ ସମାଗମ କୁ ଦୃଷ୍ଟିରେ ରଖି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା. ପୋଲିସ ର ନିଷ୍କ୍ରିୟତା ଏବଂ ଦମୟନ୍ତୀ ସାଗର ଘାଟ ଗୁଡିକୁ ସଫେଇ କରିବା ପାଇଁ ସାଧାରଣ ରେ ଦାବି ହେଉଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର