ମଣ୍ଡିରୁ ଉଠୁନି ଧାନ ସରିଆସୁଛି ଟୋକନ ଅବଧି. ଜମା ହୋଇ ରହିଛି ୧୫.୦୦୦ ରୁ ୨୦.୦୦୦ କୁଇଂଟାଲ ଧାନ …
ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଚାଷୀ .
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ନୀଳଗିରି ଲ୍ୟାମ୍ପ ମିତ୍ରପୁର ଶାଖା ରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ଏକ ପରିସ୍ଥିତି ଦେଖିବାକୁ ମିଳିଛି ମିତ୍ରପୁର ମଣ୍ଡିରେ l ଚାଷୀ ସମସ୍ୟାର ପ୍ରତିବାଦରେ ବୁଧବାର ଚାଷୀମାନେ ମିତ୍ରପୁର ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାନ ପକାଇବା ସହ ମଣ୍ଡିରେ ବସି ରହିଛନ୍ତି । ଧାନ ବିକ୍ରିରେ ଦେଖା ଦେଇଥିବା ଅଚଳାବସ୍ଥା ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି.
ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ବଢ଼ିବାରେ ଲାଗିଛି.
ଲକ୍ଷାଧିକ ପ୍ୟାକେଟ ଧାନ ବିଭିନ୍ନ ମାର୍କେଟ ୟାର୍ଡ଼ରେ ପଡ଼ି ରହିଛି l କ୍ରୟ ସଂସ୍ଥା ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି l ଯାହା ଆଗରୁ ଅନୁମାନ କରାଯାଉଥିଲା ଆଜି ତାହା ଘଟିଛି l ଅସନ୍ତୁଷ୍ଟ ଚାଷୀ ମିତ୍ରପୁର ମଣ୍ଡି କାର୍ଯ୍ୟାଳୟରେ ଶହ ଶହ ବସ୍ତା ଧାନ ପକାଇ ବସି ରହିଛନ୍ତି l
ମିଲର ମାନେ ମଣ୍ଡି କୁ ଗାଡ଼ି ପଠାଇବାର ନାଁ ଧରୁ ନାହାନ୍ତି . ଅତ୍ୟଧିକ କହିଲେ ସପ୍ତାହ କୁ ଗୋଟିଏ ଗୋଟିଏ ଗାଡି ପଠାଉଛନ୍ତି . ଏମିତି କଲେ କେବେ ଉଠି ପାରିବ ମଣ୍ଡି ରୁ ଧାନ.
ଏଠି ପ୍ରଶ୍ନ ଉଠୁଛି ଯେ
ଧାନ କିଣା କୁ ନେଇ କିଏ କହୁଛି ସତ ??
ସରକାର , ମିଲର , ମନ୍ତ୍ରୀ , ରାଜନେତା ,, ମଣ୍ଡି ର କର୍ମଚାରୀ ??
ସରକାର କହୁଛନ୍ତି ଆମେ ବହୁତ ଧାନ କିଣିଛୁ ??
ଯଦି ସରକାର ଧାନ କିଣିଛନ୍ତି ‘ ତ ‘ ଏତେ ଧାନ ମଣ୍ଡି କୁ ଆସୁଛି କୁଆଡୁ ??
ମିଲର ଗାଡ଼ି ‘ ନ’ ପଠାଇ ବା ର କାରଣ ??
ସରକାର ମିଲର ମାନଙ୍କୁ ଧାନ କିଣା ର ଟଙ୍କା ଦେଇ ନାହାଁନ୍ତି କି ???
ବାଲେଶ୍ବର CSO ଓ ମିଲର ମାନଙ୍କ ସଲାସୁତୁରା ରେ ମିତ୍ରପୁର ମଣ୍ଡି ରୁ ଧାନ ଉଠୁନାହିଁ ???
ଫଳରେ ଜନ ଅସନ୍ତୋଷ ତୀବ୍ର ରୁପ ଧାରଣ କଲାଣୀ ??
ପ୍ରସାଶନ ନଜର ଦେବାକୁ ସାଧାରଣ ରେ ଦାବି କଲେଣୀ .
ଯଦି ହଁ ଦେଇଛନ୍ତି ତା ହେଲେ ମିଲର ମଣ୍ଡି କୁ ଗାଡ଼ି ପଠାଉ ନାହାନ୍ତି କାହିଁକି ??
ବିଜେପି ସରକାର ଚାଷୀମାନଙ୍କୁ ଆଉ କେତେ ଦୁଃଖ କଷ୍ଟ ଦେବ ??
