March 11, 2026

ବିଜେପି ଓ ବିଜେଡି ର ବିବାହ ସମ୍ପନ୍ନ………….

hato
Share

ଉମରକୋଟ:-ଦେଶରେ ଯେକୌଣସି ରାଜ୍ୟର ଯେଉଁ ନେତା, ମନ୍ତ୍ରୀ ଙ୍କ ନାମରେ ଦୁର୍ନୀତି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହେଲେ କେନ୍ଦ୍ର ତଥା ମୋଦି ସରକାର ତାଙ୍କ ପଛରେ ଇଡି, ସିବିଆଇ ଆଦି ସଂସ୍ଥା ଗୁଡିକ ଲଗେଇ ଜେଲ ପଠାଉଛନ୍ତି, କିନ୍ତୁ ଓଡିଶା ରେ ଆଜକୁ ପ୍ରାୟ 25ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବାବେଳେ ଏଠାରେ କୌଣସି ନେତା, ମନ୍ତ୍ରୀ ଙ୍କ ପଛରେ ଇଡି କିମ୍ବା ସିବିଆଇ ଲଗେଇ ନାହାନ୍ତି, ଓଡିଶା ରେ ବିଜେପି ଓ ବିଜେଡି ର ମଧୁଚନ୍ଦ୍ରିଜା ରହିଛି ବୋଲି ରାଜ୍ୟ କଂଗ୍ରେସ କହୁଥିବା ଜଣାପଡିଛି! ଏହାର ପ୍ରତିବାଦ ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ କଂଗ୍ରେସ ଦଳ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଜେପି ଓ ବିଜେଡି ଦଳ ର ମୁଖ୍ୟ ନରେନ୍ଦ୍ର ମୋଦି ଓ ନବୀନ ପଟନାୟକ ଙ୍କ ଗୋଟିଏ ଗୋଟିଏ ମୁଖା ପିନ୍ଧି ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧିଥିବା ଦେଖିବାକୁ ମିଳିଛି!ଉକ୍ତ କାର୍ଯ୍ୟକ୍ରମ ରେ ଉମରକୋଟ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ନଗର ସଭାପତି ମାର୍କଣ୍ଡ ସାହୁ, ଇସା ଲାଠିଆ, ବାବୁଲା ପଟନାୟକ, ପର୍ଶୁରାମ ନାୟକ, କର୍ଣ ଦୁର୍ଗା, ଏବଂ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)