April 25, 2026

ଶୋଭନୀୟ ଶିକ୍ଷାଶ୍ରମର ପୁରସ୍କାର ବିତରଣୀ ଉତ୍ସବ

cert1
Share

ସମ୍ବଲପୁର:ସହରରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ଆଜି ପୁରସ୍କାର ବିତରଣୀ ଉତ୍ସବ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଶତପଥୀ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ କଟକ ବିଡାନାସୀ ସ୍ଥିତ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ତଥା ଶୋଭନୀୟ ଆନ୍ଦୋଳନର କାର୍ଯ୍ୟକାରୀ ସଂପାଦିକା ଡଃ.ବନଲତା ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନେ ଯେଭଳି ସୁନାଗରିକ ଭାବେ ଉଭା ହେବେ ସେ ସଂପର୍କରେ ପରାମର୍ଶ ପ୍ରଦାନ କରିଥିଲେ।ଏଥିରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଆଶାଲତା ପ୍ରଧାନ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ବିକାଶ ସହିତ ଉଚ୍ଚ ଶିକ୍ଷିତ ହେବାକୁ ପ୍ରାଥମିକ ଶିକ୍ଷା ଠାରୁ ନିଜକୁ ପ୍ରସ୍ତୁତ କରିବାକୁ କହିଥିଲେ।ଅନ୍ୟତମ ଅତିଥି ଭାବେ ଭାଗ୍ୟବନ୍ତୀ ସାହୁ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଶୃଙ୍ଖଳା ରକ୍ଷା ଉପରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।ଗୁରୁମାଁ ଚନ୍ଦ୍ରକାନ୍ତି ସାହୁ,ବାସନ୍ତୀ ଦାଶ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। କ୍ରିତୀକୃଷ୍ଣା ସାହୁ ଚମ୍ପିଆନ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

You may have missed