April 24, 2026

ଝଙ୍କଡ଼ ସାରଳା ପୀଠ ରେ ଜାତୀୟ ସାହିତ୍ୟ ମହୋତ୍ସବ ଉଦଯାପିତ ..

IMG-20260125-WA0138
Share

ତିର୍ତ୍ତୋଲ 25/1/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଦୁଇଦିନିଆ ବାଣୀପର୍ବ ସାରସ୍ୱତ ସମ୍ମେଳନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଗତ ରବିବାର ମାଘସପ୍ତମୀ ଦିନ ଅପରାହ୍ନ ରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇ ସାରଳା ଦାସ ଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ରାଜନୈତିକ ମତବାଦ ରୁ ଉର୍ଧ୍ଵରେ ରହି ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ସ୍ୱତନ୍ତ୍ର ଅତିଥି ଭାବେ ସାରସ୍ୱତସାଧକ ତଥା ପ୍ରବୀଣ ରାଜନେତା ପ୍ରତାପ ଚନ୍ଦ୍ର ମିଶ୍ର ସାରଳା ଦାସ ଓ ସାରଳାସାହିତ୍ୟ ସମ୍ପର୍କରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ l ଆବାହକ ଦେବେନ୍ଦ୍ର ନାଥ ରାଉତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସାରଳା ଦାସ ଙ୍କ ଓଡ଼ିଆ ଭାଷା ପ୍ରତି ଅନନ୍ୟ ଅବଦାନ ର ଛଅଶହ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପି ଜାତୀୟ ସାହିତ୍ୟ ମହୋତ୍ସବ ର ସମସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ଦାୟିତ୍ୱ ବହନ କରିଛନ୍ତି ବୋଲି ଘୋଷଣା କରିଥିଲେ l ବାଣୀପର୍ବ ର ସଭାପତି ଗୌରାଙ୍ଗ ଚରଣ ହୋତା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଉପସଭାପତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ପଣ୍ଡିତ ଭଗବାନ ଦାଶ, ମଞ୍ଚାସିନ ହୋଇଥିବା ବେଳେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରବକ୍ତା ସରଣାରବିନ୍ଦ ଓଝା, କ୍ୟାପଟେନ ସଂଜୀବ ମୁଦୁଲି, ମା ସାରଳା ଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ଅଧ୍ୟାପକ ନିରଞ୍ଜନ ବିଶ୍ୱାଳ, ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ସମ୍ମାନିତ ଅତିଥିଭାବେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଦ୍ୱିତୀୟ ଅଧିବେଶନ ରେ ସାରଳାଦାସ, ଓଡ଼ିଆ ସାହିତ୍ୟ ଓ ଯୁବପିଢ଼ି ଚିନ୍ତନ ଶୀର୍ଷକ ଆଲୋଚନା ଚକ୍ର ରେ ଦେବବ୍ରତ ଦାସ, ଯୁବକବି ପ୍ରଣୟ ସୁଧା, ଗୀତିକାର ସୁମିତ ପଣ୍ଡା, କଥାକାର ତୃପ୍ତିରଞ୍ଜନ ଦାସ, ଅଂଶୁମାନ ସାହୁ ଓ ସୁଶ୍ରୀ ଶ୍ରୀସିକ୍ତl ଶୁଭଦର୍ଶିନୀ ପ୍ରମ୍ମୁଖ ଯୋଗଦେଇ, ସାରଳା ଦାସ ଙ୍କ ସ୍ମୃତି ଓ କୃତି କୁ ସୁଦୂରପ୍ରସାରି କରିବାପାଇଁ ଡିଜିଟାଲ ମାଧ୍ୟମରେ ସିରିଏଲ , ନାଟକ ଓ ଗଳ୍ପ ଆକାର ରେ ପ୍ରଚାରପ୍ରସାର କରିବାପାଇଁ ଯୁବସମାଜ କୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଡଃ ସୁଧାକର ଦାସ ଙ୍କ ଓଡ଼ିଆ ପୁରାଣ ସାହିତ୍ୟ ର ଇତିହାସ, ସାରଳା ଖଣ୍ଡ ନାମକ ଏକ ଗବେଷଣାତ୍ମକ ଗ୍ରନ୍ଥ ଓ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ଶ୍ରୀ ସାରଳାମୃତ ପୁସ୍ତକ, ଅତିଥିମାନଙ୍କ କରକମଳ ରେ ଲୋକାର୍ପଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟସଂଯୋଜିକା ସ୍ନେହମୟୀ ଆଚାର୍ଯ୍ୟ, ନଗେନ୍ଦ୍ର ନାଥ ସ୍ୱାଇଁ, ସୁରେଶ କୁମାର ପ୍ରଧାନ, ବିବେକାନନ୍ଦ ହୋତା, ଶୁଭ୍ରକାନ୍ତ ରଣା, ଆଇନିଜୀବି ଆମରଜ୍ୟୋତି ସାହୁ, ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ, ରୂପକ ଖୁଣ୍ଟିଆ ପ୍ରମ୍ମୁଖ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଏହି ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ ଓ ଆବୃତ୍ତି ପ୍ରତିଯୋଗିତା ରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ଓ ସ୍ମୃତିଫଳଜ ପ୍ରଦାନ କରାଯାଇଥିଲା ବେଳେ ଓଡିଶୀ ନୃତ୍ୟ ଓ ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed