ଲାଞ୍ଜିଗଡ଼ ବିକାଶର ଦାବି ମଧ୍ୟରେ ରାସ୍ତା ରହିଛି ଅବହେଳିତ

ଲାଞ୍ଜିଗଡ଼ ଗ୍ରାମର ବିକାଶ ପାଇଁ ଅନେକ ଦାବି ହୋଇଆସୁଥିଲେ ମଧ୍ଯ କଲୋନୀ ପଡ଼ା ଠାରୁ ଟାଙ୍ଗନ୍ କଣା ଛକ ପର୍ଯ୍ୟନ୍ତ ରାସ୍ତା ଅବହେଳିତ ହୋଇ ପଡ଼ିରହିଛି। ପ୍ରତ୍ୟେକ ଦିନ ଅନେକ ଲୋକ ଏହି ରାସ୍ତା ଦେଇ ଜିଲ୍ଲା ମୁଖ୍ୟାଳୟ ଭବାନୀ ପାଟଣା ଯାତାୟାତ କରିଥାନ୍ତି। ଏହି ରାସ୍ତାର ମଧ୍ୟଭାଗରେ ଗୋଇପଟା ଗାଁ ଅବସ୍ଥିତ। ଉକ୍ତ ଗ୍ରାମରେ ଅନେକ ଲୋକ ବସବାସ କରୁଛନ୍ତି। ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ବିଦ୍ୟାଳୟ କୁ ଯିବା ଆସିବା କରନ୍ତି। ରୋଗୀ ମାନେ ଏହି ରାସ୍ତା ଦେଇ ଚିକିତ୍ସାଳୟ କୁ ଯାଇଛନ୍ତି। କିନ୍ତୁ ଦୀର୍ଘ ବର୍ଷ ହେବ ଏହି ରାସ୍ତାର କୌଣସି ପ୍ରକାର ଉନ୍ନତି କାରଣ ହୋଇନାହିଁ। ବର୍ଷା ଦିନେ ରାସ୍ତା ପାଣିରେ ଭରି ରହୁଛି। ବାକି ଦିନ ମାନଙ୍କରେ ରାସ୍ତାର ଖାଲ ଢିପ ଓ ଗେଟି ପଥର ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେଉଛି। ଅନେକ ସରପଞ୍ଚ ଆସିଲେ ମଧ୍ଯ ଏହି ରାସ୍ତା ପ୍ରତି ଦୃଷ୍ଟି ପଡୁ ନାହିଁ। ସରକାରଙ୍କୁ ଗ୍ରାମ ବାସୀଙ୍କ ପକ୍ଷରୁ ଅନୁରୋଧ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ଶୀଘ୍ର ମରାମତି କଲେ ଜନସାଧାରଣ ଉପକୃତ ହୁଅନ୍ତେ।
ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ
ନିଉଜ୍ ଉପାନ୍ତ ଖବର
