April 26, 2026

ପାକିସ୍ତାନରେ ଆକାଶଛୁଆଁ ଟମାଟୋ ଦର… କିଣିବାକୁ ଯାଉନି ହାତ, ଦର ଶୁଣିଲେ ଲାଗୁଛି ଡର…

IMG-20251024-WA0058
Share

 

 

ନୂଆଦିଲ୍ଲୀ(ଅଜିତ କୁମାର ଦାଶ)ପାକିସ୍ତାନରେ ଆକାଶଛୁଆଁ ପରିବା ଦର । ବଜାରରେ ଟମାଟୋ ଦର ୪୦, ୫୦ କି ୧୦୦ ନୁହେଁ ବରଂ ୫୦୦ ଟଙ୍କା ପରେ । ଏକ କେଜି ଟମାଟୋକୁ କେଉଁଠି କେଉଁଠି ୬୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କେଉଁଠି ୭୦୦ ଟଙ୍କାରେ ବିକ୍ରି ହେଉଛି । ଆଫଗାନିସ୍ତାନରୁ ଟମାଟୋ ଆସୁନଥିବାରୁ ଦର ହୁ ହୁ ହୋଇ ବଢି ଚାଲିଛି । ଆଫଗାନିସ୍ତାନ ସହ ବିବାଦ ଯୋଗୁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡୁଛି। ସୀମା ଉତ୍ତେଜନା ଯୋଗୁ ସାରା ଦେଶରେ ପନିପରିବା ଦର ବୃଦ୍ଧି ପାଇଛି। ରାୱଲପିଣ୍ଡିରେ ଟମାଟୋ କିଲୋଗ୍ରାମ ପିଛା ୬୦୦ରେ ବିକ୍ରି ହେଉଛି।

 

ଚିକେନଠୁ ଚାରି ଗୁଣା ମହଙ୍ଗା ଟମାଟୋ

ଦର ବଢିହା ସହ ପାକିସ୍ତାନରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଟମାଟୋ ଖାଇବା ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଯାଇଛି । ଚିକେନଠୁ ଟମାଟୋ ଦର ଦୁଇଗୁଣ ହୋଇଯାଇଛି । ଅର୍ଥାତ୍ ଲୋକେ ଚିକେନ୍ କିଣିବେ କିନ୍ତୁ ସେଥିରେ ଯଦି ଟମାଟୋ ପକାଇବାକୁ ଚାହିଁବେ ତେବେ ସେମାନଙ୍କୁ ଚିକେନଠୁ ଦୁଇଗୁଣା ଅଧିକ ଦାମ୍ ଦେଇ ଟମାଟୋ କିଣିବାକୁ ପଡ଼ିବ । ପାକିସ୍ତାନରେ ଟମାଟୋ ଖାଇବା ଏକପ୍ରକାର ସ୍ବପ୍ନ ହୋଇଯାଇଛି ।

 

ଦରଦାର ବୃଦ୍ଧିକୁ ନେଇ ଚିନ୍ତାରେ ପାକିସ୍ତାନ ଖାଉଟି । କରାଚୀ, ଇସଲାମାବାଦରୁ ଆରମ୍ଭ କରି ଲାହୋର ପର୍ଯ୍ୟନ୍ତ ଟମାଟୋ ଦର ଆକାଶଛୁଆଁ ହୋଇଛି । ଦେଶରେ ପୂର୍ବରୁ ଟମାଟୋ ଶସ୍ତା ନଥିଲା । କିନ୍ତୁ ୧୦୦ ଟଙ୍କାରେ ମିଳୁଥିବା ଏହି ପରିବା ଏବେ ଅହେତୁକ ମହଙ୍ଗା ହୋଇଛି । ସରକାରଙ୍କ ଖରାପ ନୀତି ଯୋଗୁଁ ପରିବା ଦର ଆକାଶଛୁଆଁ ହୋଇଛି । ଯାହା ପାକିସ୍ତାନବାସୀଙ୍କୁ ମୁଣ୍ଡ ଉପରେ ଲଳିତାବିଡ଼ା ସଦୃଶ ହୋଇଛି ।

 

ଆଗରୁ ୧୦୦, ଏବେ ୭୦୦ ଟଙ୍କା

ପାକିସ୍ତାନରେ ଏବେ ଏକ କିଲେ ଟମାଟୋ ୭୦୦ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ପୂର୍ବ ତୁଳନାରେ ଦର ସାତ ଗୁଣା ବୃଦ୍ଧି ପାଇଛି । ଏହା ପଛର କାରଣ ହେଉଛି ପାକିସ୍ତାନରେ ଚାଲିଥିବା ଯୁଦ୍ଧ । ଭାରତ ସହ ବିବାଦ ପରେ ବାଣିଜ୍ୟ କାରବାର ଅଟକି ରହିଛି ଏବଂ ଅନେକ ଜିନିଷର ମୂଲ୍ୟ ଦୁଇଗୁଣ କିମ୍ବା ତିନିଗୁଣରୁ ଅଧିକ ମିଳୁଛି । ଏହା ପରେ ପାକିସ୍ତାନ ଆଫଗାନିସ୍ତାନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲା । ହେଲେ ସେଠୁ ବି କିଛି ଆସୁନି । ସୀମାରେ ପନିପରିବା ବୋଝେଇ ଅନେକ ଟ୍ରକ ମଧ୍ୟ ଅଟକି ରହିଛି । ଫଳରେ ବଜାରରେ ମାଲ୍ ପହଞ୍ଚି ପାରୁନାହିଁ । ଗୋଦାମ ଖାଲି ପଡିଥିବା ବେଳେ ପରିବା ବଜାରରେ ଥିବା ବଳକା ସାମଗ୍ରୀକୁ ବିଳାସପୂର୍ଣ୍ଣ ସାମଗ୍ରୀ ଭାବେ ମଧ୍ୟ ବିକ୍ରି କରାଯାଉଛି ।