June 13, 2026

ରାଜ୍ୟ ସ୍ତରୀୟ ସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ସହାୟତା ପ୍ରତିଯୋଗିତାରେ ସମ୍ବଲପୁର ଉପକୂଳ ଓଡିଶା ଅପେକ୍ଷା ପଶ୍ଚିମାଞ୍ଚଳ ର ପାରଦର୍ଶିତାକୁ ପ୍ରଶଂସା  

IMG-20251024-WA0031
Share

 

ସମ୍ବଲପୁର, ୨୪. ୧୦():ଭୁବନେଶ୍ୱର ବରମୁଣ୍ଡା ଠାରେ ଥିବା ରାଜ୍ୟ ବିପର୍ଯ୍ୟୟ ତାଲିମ କେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ ସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ସହାୟତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

 

 

ଗତ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଏହି ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ଏକ ପ୍ରତିବଦ୍ଧତା। ଏହି ବିପର୍ଯ୍ୟୟ ପ୍ରସ୍ତୁତିର ମୂଳଦୁଆରେ ଉପକୂଳ ଓଡିଶା ଅପେକ୍ଷା ପଶ୍ଚିମ ଓଡିଶା ର ଯୋଗଦାନ ଓ ପାରଦର୍ଶୀତା ଏକ ଶୁଭ ସୂଚନା କହି ଖୁବ ପ୍ରଶଂସା କରିଥିଲେ।

 

ସମ୍ବଲପୁର ଜିଲ୍ଲା ପକ୍ଷରୁ ଧମା ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀର ସ୍ବେଛାସେବୀ ମାନେ ଚଳିତ ବର୍ଷ ଭାଗ ନେଇଥିଲେ। ଏହି ଦଳର ସମସ୍ତ ୭ ବାଳକ ଓ ୫ ବାଳିକା ଧମା ମା ଝାଡ଼େଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଥିଲେ। ତାକ୍ତର ରାଜାରାମ ଷଡ଼ଙ୍ଗୀ (ପ୍ରାଥମିକ ସହାୟତା)ଓ ଧମା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଡିସିଓ ଶ୍ରୀମତୀ ଗୀତାଞ୍ଜଳି ସାଙ୍କ ତତ୍ୱାବଧାନରେ ଅଂଶଗ୍ରହଣ କରିଥିଲେ। ଆଜି ଉଦଯାପନୀ ସଭାରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା।

You may have missed