ଉପକୂଳ ଅଞ୍ଚଳ ପରିଦର୍ଶନ ସହ ବାତ୍ୟା ସମୀକ୍ଷା କଲେ ଗଞ୍ଜାମ ବିଡ଼ିଓ
ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା
ଶୁକ୍ରବାର ଦିନ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି l ତାରି ପ୍ରଭାବରେ କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି l ଏନେଇ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉର୍ନୟନ ଅଧିକାରୀ ବସନ୍ତ କୁମାର ମଲିକ ବିଶେଷ କରି ସମୁଦ୍ର ତତବର୍ତ୍ତୀ ଅଂଚଳ ପରିଦର୍ଶନ କରିବାସହ ବିଭିନ୍ନ ପଞ୍ଚାୟତ ଯାଇ ସମୀକ୍ଷା କରିଛନ୍ତି l ବ୍ଲକର 9 ପଞ୍ଚାୟତର ପ୍ରାୟ 22 ଟି ଗ୍ରାମ ପ୍ରଭାବିତ ହେବl ଆଶଙ୍କା ରହିଛି l ଏଣୁ ଉକ୍ତ ଅଞ୍ଚଳରୁ 820ଜଣଙ୍କୁ ବିଭିନ୍ନ ସେଭ ସେଣ୍ଟର ତଥା ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି l ଏହି ବ୍ଲକରେ 106 ସେଭ ସେଣ୍ଟର ଚି଼ହ୍ନଟ ହୋଇଛି l ସେଥିରୁ 29 ଟି ବାତ୍ୟା ଆଶ୍ରୟ ସ୍ଥଳୀ ଏବଂ 71 ସ୍କୁଲ ଓ 6 ଟି କଲେଜରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ସେଠାରେ ସୁରକ୍ଷିତ ଭାବେ ଥଇଥାନ କରାଯିବ ବୋଲି ବିଡ଼ିଓ ମଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏଥିସହ 9ଟି ସ୍ଥାନରେ ତଥା ଗୋଖରକୁଦା ଅରୁଣ ପୁର, ବଳଦିଆ ଢିଅ, ଗୌରାଙ୍ଗ ପାଟଣା, କଣ୍ଟିଆ ଗଡ଼, ଲୁଂଘୁରି, ବରୋଦା ଆଦି ସ୍ଥାନରେ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି l ପୁରୁଣା ପୋଡ଼ମ ପେଟା ଗ୍ରାମର ଦୁଇ ପରିବାରକୁ ସ୍ଥାନାନ୍ତରିତ କଟାଯାଇଛି l ଅନ୍ୟପଟେପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏସ୍ଡ଼ିପିଓ ଗୌରହରି ସାହୁ, ଆଇଆଇସି ସୁମିତ୍ରା ପାତ୍ର ପ୍ରମୁଖ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବେଳେ ଉପସ୍ଥିତ ଥିଲେ l