April 28, 2026

ଛତ୍ରପୁର ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଦାୟିତ୍ଵ ଗ୍ରହଣ ବିକାସ ଦିଗରେ ଅଧିକ ଧ୍ୟାନ

IMG-20241024-WA0045
Share

 

 

ଛତ୍ରପୁର -୨୪/୧୦/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ପ୍ରସନ୍ନ କୁମାର ଦାଶ ସୋମବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ଓଡ଼ିଶା ମ୍ୟୁନିସିପାଲଟି ଆଡମିନିଷ୍ଟ୍ରେସନ୍ ସେବାରେ ଗତ ୨୦୧୨-୧୩ ବର୍ଷରେ କୃତ୍ତିତ୍ଵ ହାସଲ କରିଛନ୍ତି । ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାର ନୀଳଗିରି ଏନ୍.ଏ.ସି.ରେ ନିର୍ବାହୀ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନା କରି ସେଠାକାର ଅଞ୍ଚଳରେ  ପ୍ରଶଂସାର ପାତ୍ର ହୋଇ ଆସିଛନ୍ତି ବୋଲି ସାଧାରଣରେ  ଚର୍ଚ୍ଚା  । ସୋମବାର ଦାୟିତ୍ୱ ଗ୍ରହଣ କରିବା ପୂର୍ବକ ଛତ୍ରପୁର ସହରାଞ୍ଚଳର ବିକାଶ ଦିଗରେ ଯଥେଷ୍ଟ ଧ୍ୟାନ ଦେବେ ବୋଲି କହିଛନ୍ତି । ମୁଖ୍ୟତଃ ଛତ୍ରପୁର ରେ  ବିପର୍ଯ୍ୟସ୍ତ ହୋଇପଡିଥିବା ପରିମଳ ବ୍ୟବସ୍ଥାକୁ ସୂଚାରୁ ରୂପେ ପାଳନ କରିବା ପୂର୍ବକ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସହ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ସହରାଞ୍ଚଳର ଜନସାଧାରଣଙ୍କର ଦୀର୍ଘ ଦିନ ଧରି ରହିଥିବା ଦାବୀ ଉପସ୍ଥାପନା ଗୁଡ଼ିକ ପ୍ରଦାନ କରିବା, ଲୋକଙ୍କ ଆପତ୍ତି, ଅଭିଯୋଗକୁ ବିଚାର ଶୁଣାଣି କରି ତାହାକୁ ସମାଧାନ କରିବା ଦିଗରେ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ  କହିଛନ୍ତି । ଛତ୍ରପୁର ସହରର ପରିମଳ ବ୍ୟବସ୍ଥା, ସ୍ଵାସ୍ଥ୍ୟ ସେବା ଶିବିରର ଆୟୋଜନ କରିବା, ସାପ୍ତାହିକ ଗୁରୁବାର ହାଟ ବଜାରର ଶୃଙ୍ଖଳିତ ବ୍ୟବସ୍ଥାପନା କରିବା, ହାଟ ଗହଳିକୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥାରେ ପରିଚାଳିତ କରାଯିବା ଏବଂ ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ କାର୍ଯ୍ୟକାରୀ କରିବା ଦିଗରେ  ସରକାରଙ୍କ ଅଧିନିୟମକୁ ଆଧାର କରି  ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।