April 28, 2026

ହାର୍ଡୱେରେ ଦୋକାନ ରୁ ଚୋରି ଘଟଣା ର ପର୍ଦାଫାଶ କରିଛି ରାୟଗଡ଼ା ପୋଲିସ୍ 

IMG-20241024-WA0013
Share

 

ରାୟଗଡା : ରାୟଗଡ଼ା ସହରର ଏକ ହାଡୱେର୍ ଦୋକାନ ରୁ ଚୋରି ଘଟଣାରେ ରାୟଗଡ଼ା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ରାୟଗଡ଼ା ଭୁଦରୁୱାଲଷା ସାହିର ୧ମ ଗଳିର ମହାଦେବ ସତିଶ ଏବଂ ଏସ ରାମା କ୍ରୀଷ୍ଣା ବୋଲି ପୋଲିସ୍ ପକ୍ଷ ରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ଶ୍ରୀ ରଶ୍ମୀ ରଞ୍ଜନ ସେନାପତି । ଗତ ୧୫ ତାରିଖର ମଧ୍ୟ ରାତ୍ରୀରେ ରାୟଗଡ଼ା ଅଶୋକ ଟକିଜ ନିକଟସ୍ତ ଶିରିଡ଼ି ସାଇ ହାଡ ୱେର୍ ଦୋକାନ ର ସଟର ତାଡି ଦୃର୍ବୁତ୍ତ ମାନେ ନଗଦ ୩୦ ହଜାର ଟଙ୍କା ସମେତ ସି ସି କ୍ୟାମେରା ର ଡିଭିଆର ଚୋରି ହୋଇଥିବା ନେଇ ୧୬ ତାରିଖରେ ଦୋକାନ ମାଲିକ ଶ୍ରୀ ବି ଗୁପ୍ତେଶ୍ୱର ରାଓ ରାୟଗଡ଼ା ଥାନାରେ ଏତଲା ଦେଇ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ମହାଦେବ ଓ ରାମ କ୍ରିଷ୍ଣା ଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ସହ ସି ସି କ୍ୟାମେରା ର ଡିଭିଆର ଜବତ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଡ଼ିପିଓ ଶ୍ରୀ ସେନାପତି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ରାୟଗଡ଼ା ଥାନା ଅଧିକାରୀଙ୍କ ସହ ଘଟଣାର ତଦନ୍ତକାରି ଅଧିକାରି ଉପସ୍ଥିତ ଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ