April 27, 2026

ବ୍ଲକ ସ୍ତରୀୟ ସ୍ତରୀୟ ପୋଷଣ ମାସ ପାଳନ 

IMG-20240924-WA0034
Share

ବୁଗୁଡା : ତା ୨୪/୦୯/୨୪ : ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବଂ ତହସିଲଦାର ତାପସ ରାଉତ ଯୋଗ ଦେଇ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହ ସୁପୋଷଣର ଉପାଦେୟତା ଓ ଆବଶ୍ୟକତା ସାଙ୍ଗକୁ ବାଲ୍ଯ ବିବାହ ରୋକିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏ ଅବସରରେ ବ୍ଲକର ତିନି ଜଣ ସହାୟିକା, ଜଣେ ଲେଖାଏଁ କିଶୋର ଓ କିଶୋରୀ, ପ୍ରତି ସେକ୍ଟରରୁ ଜଣେ ଲେଖାଏଁ ଅଙ୍ଗନଓ୍ବାଡି କର୍ମୀଙ୍କ ସମେତ ବ୍ଲକ ପୋଷଣ ସଂଯୋଜକ ଏନ୍.ନରସିମା ଆୟେଙ୍ଗାଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଏଥି ସହ କାର୍ଯ୍ୟକ୍ରମ ସ୍ଥଳରେ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଏବଂ ହାତ ତିଆରି ଶିଶୁ ଖେଳନା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୧୦ଟି ସେକ୍ଟର ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ସମେତ କିଶୋରୀମାନେ ଉପସ୍ଥିତ ରହିଥିଲେ । ପରିଶେଷରେ ସିଡିପିଓ ବବିତା କୁମାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।