April 27, 2026

ଓଡ଼ିଶା ସ୍ବାବଲମ୍ବୀ କାରିଗର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

IMG-20240924-WA0031
Share

 

 

ଭୁବନେଶ୍ୱର :

ଓଡ଼ିଶା ସ୍ବାବଲମ୍ବୀ କାରିଗର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ବୁଲନ ଭାଇ ସେବା ସଦନ ଠାରେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ବରିଷ୍ଠ ଉପସଭାପତି ଶ୍ରୀ ସାନ୍ତୁନୁ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଶ୍ରୀ ବାଦଲ ମହାରଣା , ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅଡିଟର ଶ୍ରୀ ବିନୟ ତ୍ରିପାଠୀ , ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ, କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ବସନ୍ତ ସାହୁ , ଶ୍ରୀ ମନୋଜ କୁମାର ବସନ୍ତରାୟ , ମୁକ୍ତି କାନ୍ତ ସାହୁ, ବରିଷ୍ଠ କାର୍ଯ୍ୟକରତା ପରମେଶ୍ବର ବିଷୋୟୀ, ବିଜୟ ମିଶ୍ର , ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ରେ ବିଭିନ୍ନ ଜିଲ୍ଲା ରୁ ଆସିଥିବା ସ୍ବାବଲମ୍ବୀ କାରିଗର ମାନଙ୍କ ଵିଭିଦ ସମସ୍ୟା ଉପରେ ଆଲୋଚନା ହେବା ସହ ଆଗାମୀ ନଭେମ୍ବର ମାସରେ ୫ ଦଫା ଦାବି ଯଥା, SEM ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ପ୍ରତ୍ୟେକ ମାସର ୧ ତାରିଖରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦରମା ପ୍ରଦାନ, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ରେ ସାମିଲ କରିବା , ସ୍ବାବଲମ୍ବୀ କାରିଗର ( SEM ) କର୍ମଚାରୀଙ୍କୁ EPF ଓ ESI ଅନ୍ତର୍ଭୂକ୍ତ କରିବା, ଓ ସ୍ଵାବଲମ୍ବୀ କର୍ମଚାରୀ ମାନଙ୍କୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ କରାଯାଉ । ଉକ୍ତ ବୈଠକରେ ଦୀର୍ଘ ୨୧ ବର୍ଷ ଧରି ଉପେକ୍ଷିତ ସ୍ବାବଲମ୍ବୀ କାରିଗର ମାନଙ୍କର ବିଭିନ୍ନ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହେବା ସହ ସମସ୍ୟାର ସମାଧାନ ଦିଗରେ ଆସନ୍ତା ନଭେମ୍ବର ୧୧ ରୁ ୧୪ ତାରିଖ ମଧ୍ୟରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ପ୍ରାୟ ୧୨୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୁର୍ଗାମାଧବ ଘୋଷ , ଶୁଦର୍ସନ ରାଉଳ , ଗୋବିନ୍ଦ ମିର୍ଗା , ନିରଞ୍ଜନ ସେନାପତି ଇତ୍ୟାଦି ପରିଚାଳନା କରିଥିଲେ। ସର୍ବଶେଷରେ ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।