June 19, 2026

ବ୍ଲକ ଅଧ୍ୟକ୍ଷଙ୍କ ବିଭିନ୍ନ ପୂଜା ମଣ୍ତପ ପରିଦର୍ଶନ

IMG-20230924-WA0000
Share

ବ୍ଲକ ଅଧ୍ୟକ୍ଷଙ୍କ ବିଭିନ୍ନ ପୂଜା ମଣ୍ତପ ପରିଦର୍ଶନ

ପବିତ୍ର ଗଣେଶ ପୂଜା ଅବସରରେ ସହର ଠୁ ଆରମ୍ଭ କରି ପ୍ରତେକ ଗ୍ରାମାଞ୍ଚଳରେ ଧୁମ ଧାମରେ ପ୍ରଭୁ ଗଣେଶଙ୍କ ପୂଜା ଅର୍ଚନା ଚାଲି ଥ‌ିବା ବେଳେ କୁକୁଡ଼ାଖଣ୍ତି ବ୍ଲକର ବିଭିନ୍ନ ଗ୍ରାମା ଅଞ୍ଚଳରେ ବି ଏହା ଦେଖ‌ିବାକୁ ମିଳିଛି | ଏହି ଅବସରରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କୁ ମଧ୍ୟ ବହୁ ଗ୍ରାମ ରୁ ପୂଜା ମଣ୍ଡପ ପରିଦର୍ଶନ କରିବାକୁ ନିମନ୍ତ୍ରଣ ଆସିବାରେ ଲାଗିଛି । ଡେଙ୍ଗାପଦର ପଞ୍ଚାୟତ ବାସୀ ଓ ଗ୍ରାମ୍ୟ କମିଟି ମାନଙ୍କ ଅନୁରୋଧ ରକ୍ଷା କରି କାହାରିକୁ ନିରାଶ ନକରି ଯଥା ଶକ୍ତି ସାହାଯ୍ୟର ହାତ ବଡାଇ ପ୍ରଭୁଙ୍କ ଆଶୀର୍ବାଦ କାମନା କରନ୍ତି। ଅଞ୍ଚଳର ବିଭିନ୍ନ ଗ୍ରାମ କୁ ପରିଦର୍ଶନରେ ଯାଇ ପ୍ରଭୁ କୃପା ଲାଭ କରୁଛନ୍ତି। ନିଜର ଏକାଧୂକ ସମର୍ଥକ ଙ୍କ ଯାଇ ସେ ଦର୍ଶନ କରୁଛନ୍ତି । ପ୍ରତିଟି ସ୍ଥାନ ରେ କାମାକ୍ଷା ପ୍ରସାଦ ପାତ୍ରଙ୍କୁ ଗ୍ରାମବାସୀ ମାନେ ବାଜା ବଜାଇ ବାଣ ଫୁଟାଇ ସ୍ଵାଗତ କରୁଥିବାର ଦେଖିବାକୁ ମିଳୁଛି । ଏଥିରେ କୁକୁଡ଼ାଖଣ୍ତି ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ମହାକୁଡ଼, ସରପଞ୍ଚ ପ୍ରତିନିଧି ଶଙ୍କର ମହାକୁଡ଼, ନାୟବ ସରପଞ୍ଚ ଜିତେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଭଗବାନଙ୍କ ଆଶିଷ ମିଳିବା ଏବଂ ଅଞ୍ଚଳ ବାସି ଙ୍କ ଭଲ ପାଇବା ମିଳିବା ଏହା ବଡ ଗୌରବ ର କଥା, ଆଗକୁ ଏହା ଜାରି ରହିବ ବୋଲି କହିଛନ୍ତି ।
(କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ)

You may have missed