ଗଞ୍ଜାମ ଜିଲ୍ଲାପାଳଙ୍କ ଜରଡା ପଂଚାୟତ ପରିଦର୍ଶନ। ଅଷ୍ଟମ ଶ୍ରେଣୀ ପିଲା ପଢ଼ିପାରିଲେନି ଇଂରାଜୀ।
ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ ୧୯/୦୮/୨୫
ଗଞ୍ଜାମ ଜିଲ୍ଲାପାଳ ଭି କିର୍ତିଭାସନ୍ ସୋମବାର ଜନ ଶୁଣାଣି ସାରି ଅପରାହ୍ନ ସମୟରେ ଜରଡ଼ା ଗସ୍ତରେ ଯାଇ ସୁବର୍ଣ୍ଣପୁର ଠାରେ ନିର୍ମାଣାଧୀନ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବାକୁ ଯାଇ ଅଚାନକ ବିଦ୍ୟାଳୟରେ ପହଞ୍ଚିଥିଲେ।ସୁବର୍ଣ୍ଣପୁର ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଳୁଥିବା ମିଞ୍ଜି ମିଞ୍ଜି ଆଲୁଅକୁ ନେଇ ଖପ୍ପା ହୋଇ ଶ୍ରେଣୀ ଗୃହକୁ ଆଲୋକିତ କରିବା ପାଇଁ କହିଥିଲେ। ପିଲାଙ୍କ ସହ ଭାବ ଆଦାନ ପ୍ରଦାନ କରିବା ସହ ଉପସ୍ଥାପନ ଖାତା ଦେଖି ଅନୁପସ୍ଥିତ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ପଡ଼ିଥିବା ଖାତାର ଫୋଟ ଉଠାଇ ନେଇଥିଲେ। ଅଷ୍ଟମ ଶ୍ରେଣୀରେ ଇଂରାଜୀ ବିଷୟ ପଢ଼ାଯାଉଥିବା ବେଳେ ଜଣେ ଛାତ୍ର ଭୂଗୋଳ ବହି ପଢୁଥିବା ଦେଖି ଜିଲ୍ଲାପାଳ ଚକିତ ହେବାସହ କିଛି ପିଲାଙ୍କୁ ଇଂରାଜୀ ପଢ଼ିବାକୁ କହିଥିଲେ। କିଛି ପିଲା ଇଂରାଜୀ ପଢ଼ି ପାରିଲେନି ବୋଲି ଦୁର୍ବଳ ପିଲାଙ୍କ ପ୍ରତି ନଜର ରଖିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଜରଡା ଜେନାବନ୍ଧ ବିଦ୍ୟାଳୟ ଯାଇ ଶିଶୁ ବାଟିକା ପିଲାମାନଙ୍କ ସହ ସଂଖ୍ୟା ଗଣନା ବିଷୟ ଆଲୋଚନା କରିଥିଲେ। ବିଦ୍ୟାଳୟର ନୂତନ କୋଠା ନିର୍ମାଣ ରେ ଖୁସି ଅନୁଭବ କରିଥିବା ବେଳେ ଜଗନ୍ନାଥ ମନ୍ଦିର ଯାଇ ସାରଥୀ ଦର୍ଶନ କରିଥିଲେ।କଲ୍ୟାଣ ମଣ୍ଡପ ଓ ଗୁରୁବାର ହାଟର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ଆଇ ଏ ଏସ ଅଫିସର ମ୍ରିନିଲିକା ରାଠୋର ବି ଡି ଓ ଲକ୍ଷ୍ମଣ ଚରଣ ସୋରେନ, ଆଇଆଇସି ଟୁନା ସାସମଲ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଜେନା ସରପଞ୍ଚ ତିଳ ବେହେରା ନାଏବ ସରପଞ୍ଚ ମାଧବ ବାଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
