ଧାନ ପଞ୍ଜୀକରଣରେ ବାଧକ ନେଟ୍ବାର୍କ; ଚାଷୀ ହନ୍ତସନ୍ତ
ସୁରେନ୍ଦ୍ର କଠାର ,ବରଗଡ
ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣରେ
ଜଟିଳତାକୁ ବିରୋଧ କରି ଚାଷୀ ଆନ୍ଦୋଳନ
ପରେ ତାହା ସରଳ ହୋଇଛି। ହେଲେ ଏବେ ଅତାବିରା ବ୍ଲକ୍ରେ ପଞ୍ଜିକରଣରେ ନେଟ୍ବାର୍କ ସମସ୍ୟା ବାଧକ ସାଜିଛି। ଚାଷୀଙ୍କ ଧାନ
କାର୍ଡ ପଞ୍ଜିକରଣ ସାଇଡ୍ ବେଳେ ଦୀର୍ଘ ସମୟ ସର୍ଭର (ନେଟ) ଆସୁନଥିବାରୁ ପଂଜିକରଣରେ ଅସୁବିଧା ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି |
ବ୍ଲକ୍ର ୯୦ ପ୍ରତିଶତ ଲୋକେ ଚାଷ ଉପରେ
ନିର୍ଭର କରନ୍ତି। ଚାଷୀ ପଞ୍ଜିକରଣ କରି ଧାନ
ବିକ୍ରି କଲେ ୩୧୦୦ ଟଙ୍କା ମିଳିବା ଆଶାରେ
ଅନ୍ନଦାତା। ହେଲେ ଚାଷ ସମୟରେ ଚାଷୀ
ପଞ୍ଜିକରଣ କରିବାକୁ ଆସୁଥିବାବେଳେ
ପଞ୍ଜିକରଣ ସାଇଡରେ ବିଳମ୍ବ ହେଉଥିବାରୁ
ଚାଷୀ ହନ୍ତସନ୍ତ ହେଉଛନ୍ତି। ଏଥପ୍ରତି ଦୃଷ୍ଟି
ଦେଇ ସରକାର ଏହାର ତ୍ବରିତ ସମାଧାନ
ସର୍ଭର (ନେଟ୍) ଆସୁନଥିବାରୁ ପଞ୍ଜିକରଣରେ ବହୁତ ଅସୁବିଧା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଆସନ୍ତା ୨୫ ତାରିଖ ପଂଜିକରଣର ଶେଷ ତାରିଖ ବୋଲି ଘୋଷଣା କରିଛନ୍ତି |ଯାହା ଫଳରେ ଅତାବିରା ଅଂଚଳର ହଜାର ହଜାର ଚାଷୀ ପଂଜିକରଣ ନ କରି ଧାନ ବିକ୍ରୀ କରିବାରେ ବଂଚିତ ହେବେ |ପଂଜିକରଣ ର ସମୟ ସୀମା ଆଉ ୨୦ ଦିନ ବଢାଯାଉ ବୋଲି ଚାଷୀମାନେ ଦାବୀ କରୁଛନ୍ତି |
