May 15, 2026

ଅଗଷ୍ଟ ୧୮ ରେ କାଶୀନଗର ସାହିତ୍ୟ ଉତ୍ସବ ଅନୁଷ୍ଠିତ ପାଇଁ ଆଲୋଚନା ଚକ୍ର ..

IMG-20240724-WA0087
Share

 

 

କାଶୀନଗର,  ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ମାସ ୧୮ତାରିଖ ରବିବାର ଦିନ ଗଜପତି ଜିଲ୍ଲା କାଶୀନଗର ଠାରେ କାଶୀନଗର ସାହିତ୍ୟ ଉତ୍ସବ ଆୟୋଜନ ହେବ. ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆୟୋଜକ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁରଙ୍କ ସହ ସହଯୋଗୀ ଆୟୋଜକ ବଂଶଧାରା ପାଠାଗାର, କାଶୀନଗର ଓ ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟ, କରଞ୍ଜିଆ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେବ. ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ପୃଥକ ପୃଥକ ଭାବେ ନିର୍ଣ୍ଣୟ ନେବା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ହୋଇଥିବା ସତ୍ୱେ ଆଜି ସ୍ଥାନୀୟ ବଂଶଧାରା ପାଠାଗାର ବୈଠକ ଗୃହ ମଧ୍ୟରେ ସାହିତ୍ୟ ଉତ୍ସବ ଆୟୋଜନ କରିବା ସକାଶେ ଏକ ଆଲୋଚନା ଚକ୍ର ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁରର ଅଧ୍ୟକ୍ଷ ତଥା ସମ୍ପାଦକ ଭାଗିରଥି ବେହେରା, ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼, କାଶୀନଗର ବ୍ରାହ୍ମଣ ସମାଜ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ସାମ୍ବାଦିକ ରାଜେଶ ପଟନାୟକ ଓ ରବୀନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଥିଲା. ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ସକାଶେ କଣ କଣ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଯେପରି ଅତିଥି ଚୟନ, କେତେ କବିତା ପାଠକ ଆସିବେ, ସେମାନେ କୋଉଠି ବିଶ୍ରାମ ନେବେ, ସେମାନଙ୍କ ପାଇଁ କଣ କଣ ଅନୁସଙ୍ଗିକ ବ୍ୟବସ୍ତା ଗ୍ରହଣ କରାଯିବ, ଅତିଥି ସତ୍କାର କିପରି ହେବ ଏ ସବୁ ବିଷୟରେ ଆଲୋଚନା କରାଯାଇ ଥିଲା. ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଯୋଗ ଦେବା ସହ ଆକାଂକ୍ଷା ସାହିତ୍ୟ ସଂସଦ, ପାରଳା ଖେମୁଣ୍ଡି ଏବଂ ବଂଶଧାରା ସାହିତ୍ୟ ସମାଜ ଗୁଣପୁରରୁ ଅନେକ ସାହିତ୍ୟିକ ଯୋଗ ଦେବାକୁ ସହମତି ପ୍ରଦାନ କରିଛନ୍ତି. କାଶୀନଗର ଠାରେ ଏହି ସାହିତ୍ୟ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଏହି ଅଞ୍ଚଳର ସମସ୍ତ ଙ୍କ ସାହାଯ୍ୟ ଓ ସହଯୋଗ କାମନା କରିବା ପାଇଁ ଏକ ନିଷ୍ପତି ନିଆଗଲା.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର