April 24, 2026

ଗଞ୍ଜାମ ଏନଏସି କାର୍ଯ୍ୟାଳୟରେ ମୁକ୍ତା ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

IMG-20230724-WA0044
Share

ଗଞ୍ଜାମ ଏନଏସି କାର୍ଯ୍ୟାଳୟରେ ମୁକ୍ତା ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ
————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନଏସି କାର୍ଯ୍ୟାଳୟ କନଫେରନ୍ସ ହଲ ରେ ମୁକ୍ତା ଯୋଜନାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ କୁନେଇ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅଧକ୍ଷା ପ୍ରତିଭା ପାଢ଼ୀ ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ବିଶେଷକରି ମହିଳା ମାନେ କିପରି ସ୍ୱାବଲମ୍ବି ହୋଇପାରିବେ ତାକୁ ଆଧାର କରି ମୁକ୍ତା ଯୋଜନାରେ ମହିଳା ମାନେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କିଛି କରିବା ସହିତ ମିଳିତ ଭାବରେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ସମ୍ପର୍କରେ ବିଷଦ ଭାବେ ମତବ୍ୟକ୍ତ କରିଥିଲେ l କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏନଏସି କୁ ଆସିଥିବା
ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ କରିଥିଲେ l ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ମଞ୍ଚାସୀନ ରହିଥିଲେ lଏହି ଅବସରରେ ମହିଳା ସ୍ୱୟଂ ସାହାୟିକା ଗୋଷ୍ଟି ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ବିଭିନ୍ନ ୱାର୍ଡ କାଉନସିଲର, ଏନଏସି କର୍ମଚାରି ଓ ସ୍ୱୟଂ ସହାୟିକା ଗୋଷ୍ଟି ଉପସ୍ଥିତ ଥିଲେ