November 22, 2024
Share

*ଖବର ଆଜିର*
ତାରିଖ ୨୪/୦୭/୨୦୨୩ ସୋମବାର ।

ଭାରତର ସ୍ୱପ୍ନ ଚୁରମାର ହୋଇଯାଇଛି । ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ନିକଟରୁ ୧୨୮ ରନରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ ।

ଜୁଲାଇ ୨୪ରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ପୁରୀବାସୀ, ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ।

ଅଧବାଟରୁ ଫେରସ୍ତ ଆସିଲା ଦୁବାଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ, ତିରୁବନଂତପୁରମରେ ସୁରକ୍ଷିତ ଲ୍ୟାଣ୍ଡିଂ ।

ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ଯାଦବଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ପରୱାନା। ୨୦୧୯ରେ ହୋଇଥିବା ଜମି ବିବାଦ ଏବଂ ଚେକ୍ ବାଉନ୍ସ ମାମଲାରେ ଛପରା କୋର୍ଟ ଜାମିନ ବିହୀନ ପରୱାନା ଜାରି କରିଛନ୍ତି।

ପଞ୍ଜାବରେ ବନ୍ୟା ଯୋଗୁ କ୍ଷତି ୧୦୦୦ କୋଟି, କେନ୍ଦ୍ରକୁ ରିପୋର୍ଟ ପଠାଇ କ୍ଷତିପୂରଣ ଦାବି କରିବ ରାଜ୍ୟ ।

ଭିଏତନାମକୁ ଉପହାରରେ ପ୍ରଦାନ କରାଗଲା ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଯୁକ୍ତ INS କୃପାଣ ।

ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ରଦ୍ଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ୯ ଗିରଫ ।

ସରକାରଙ୍କୁ ଡ୍ରାଇଭର ମହାସଂଘର ଚେତାବନୀ: ୩୦ ତାରିଖ ମଧ୍ୟରେ ପ୍ରତିଶ୍ରୁତି ପୂରା ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବ ମହାସଂଘ ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌। ଏହା ସହିତ ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ।

ଅସହମତିକୁ ବିରୋଧାଭାସରେ ପରିଣତ କରିବା ଗଣତନ୍ତ୍ର ପାଇଁ ଅଭିଶାପଠାରୁ କମ୍ ନୁହେଁ: ଉପରାଷ୍ଟ୍ରପତି ।

ଜ୍ଞାନବାପି ମାମଲା: ଜରୁରୀ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟରେ ମୁସଲମାନ ପକ୍ଷ ଆବେଦନ କରିବ।

ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧର ଦେଶର ସବୁଠୁ ଗରିବ ବିଧାୟକ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ସେନାଙ୍କ ଯୋଗଦାନକୁ ସମ୍ମାନ ଦେଲା ଇଟାଲୀ, ନିର୍ମାଣ କଲା ବିଶେଷ ସ୍ମାରକ।

ସୁପ୍ରଭାତ ,ଶୁଭ ସକାଳ ।