ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

IMG-20230724-WA0001
Share

ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୪/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏସ.କେ.ଲଡ୍ଜ ସମ୍ମିଳନୀ କକ୍ଷ ଠାରେ ଆଜି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡ଼ିଶା ଗଜପତି ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ତଥା ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଂଘର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ ମଧୁ ପୋଲାକି , ସହ ସମ୍ପାଦକ ଶ୍ରୀ ରବି କୁମାର ପାତ୍ର , କୋଷାଧ୍ୟକ୍ଷ ଶ୍ରୀ ମନୋଜ ପଣ୍ଡା ଓ ରାଜ୍ୟ ସଂଯୋଜକ ଶ୍ରୀ ନୃସିଂହ ଚରଣ ମିଶ୍ର ଏବଂ ଶ୍ରୀ କେ: ବାଳକ୍ରିଷ୍ନା ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତ ଗୋଟି ବ୍ଳକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ ବୈଠକରେ ମୁଖ୍ୟତଃ ସଂଘର ଆଗାମୀ ରଣନୀତି ବିଷୟରେ ବିସ୍ମୃତ ଭାବେ ଆଲୋଚନା କରା ଯାଇଥିଲା। ଏହି ଅବସରରେ ବହୁ ସଂଖ୍ୟକ ସଭ୍ୟ ସଂଘକୁ ସୃଦୃଢ଼ କରିବା ସହ ସରକାରଙ୍କ ନିକଟରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଯଥା: ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନିକୁ ପରିବର୍ତ୍ତନ କରାଯିବା ସହ ଦରମାରେ ଥିବା ଅସଙ୍ଗତି ଦୂର କରିବା ପାଇଁ ଦାବି କରା ଯାଇଥିଲା ।ଏଥି ସହିତ ସମ୍ପାଦକ ପଦବୀରୁ ପଦୋନ୍ନତି ପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟକରି ଅବସର ନେଇଥିବା ବ୍ୟକ୍ତିମାନଙ୍କୁ ପେନସନ ପ୍ରଦାନ , ପଞ୍ଚାୟତ ରାଜ ବିଭାଗର କ୍ୟାଡରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡର-ଭୁକ୍ତ କରିବା ଦାଵୀ ଗୁଡିକୁ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରା ଯାଇଥିଲା ।
ଅନ୍ୟପକ୍ଷରେ ରାଜ୍ୟ ସଂଘର ଆହ୍ବାନ କ୍ରମେ ଆଗାମୀ ଦିନରେ ଆନ୍ଦୋଳନ ନିମନ୍ତେ ସମସ୍ତ ସଭ୍ୟ/ସଭ୍ୟା ସମ୍ପୂର୍ଣ୍ଣ ଭାବେ ନିଜକୁ ପ୍ରସ୍ତୁତ ରହିବା ପାଇଁ ସଭାପତିଙ୍କ ଦିଆ ଯାଇଥିବା ପ୍ରସ୍ତାବକୁ ସମସ୍ତେ ସ୍ବୀକାର କରିବା ସହ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।
ଏହି ଅବସରରେ ସଂଘ କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇ ଯାଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବୈଠକରେ ଆହ୍ୱାନ କରା ଯାଇଥିଲା । କିନ୍ତୁ ଉପସ୍ଥିତ ସମସ୍ତ ସଭ୍ୟ/ ସଭ୍ୟା ପୂର୍ବରୁ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ପୁନର୍ବାର ଚୟନ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ , ଶ୍ରୀ କେ: ମୂରଲୀ , ଶ୍ରୀ ରାସ ବିହାରି ପାତ୍ର , ଶ୍ରୀ ଶ୍ୟାମସୁନ୍ଦର ରେଡ୍ଡୀ , ଶ୍ରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ସନ୍ତୋଷ ବାହାଦୂର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed