May 10, 2026

କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଶିକାର ହେଲେ ଭନସୁଲି ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର 

IMG-20250424-WA0150
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତ ସରପଞ୍ଚ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପୂଜାରୀ ଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବାଗସିଂ ଦୁର୍ବ୍ୟବହାର କରିଥିବା ଜଣାଯାଇଛି. ସୂଚନା ଅନୁଯାୟୀ ସୋମବାର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ପୂଜାରୀ ଜି ପି ଫେସିଲିଟି ବିଲଡିଂ କାମ ସମେତ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟ ରେ ଆଲୋଚନା କରିବା ପାଇଁ ବାଗସିଂ ପାଖକୁ ଯାଇଥିଲେ I କିନ୍ତୁ ସେ ରାଗି ଯାଇ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ ବେ ଇଜ୍ଜତ କରିଥିବା ସରପଞ୍ଚ ଥାନାରେ ଏତଲା ଦେଇଥିବା ଗଣ ମାଧ୍ୟମକୁ ସୂଚନା ଦେଇଥିବାର ଜଣା ଯାଇଛି I ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ନୂଆ କଥା ନୁହେଁ ବାଗସିଂ କେବେ ଠାରୁ କୋଟପାଡ଼ ବ୍ଲକରେ ଦାଇତ୍ୱ ନେଲେ ସେହି ଦିନ ଠାରୁ ଗୁମୁଡା. ଗୀର୍ଲ୍ଲା. ଭନସୁଲି. ସୁତିପଦର ସମେତ ବ୍ଲକର ସମସ୍ତ ପଞ୍ଚାୟତ ର ଉନୟନ ମୂଳକ କାର୍ଯ୍ୟ ର ଭିଜିଲେନ୍ସ ତଦନ୍ତ ର ଆବଶ୍ୟକ ତା ରହିଛି. ବହୁ ବାର ଠିକାଦାର ଏବଂ ଜନ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରି ପରବର୍ତ୍ତି ସମୟ ରେ ବୁଝାମଣା ହୋଇଥିବାର ନଜିର ରହିଛି I କାର୍ଯା ଳୟ ରେ କେବେ ରହନ୍ତି ନାହିଁ. ଫୋନ ଉଠାନ୍ତି ନାହିଁ. କେବଳ ଫିଲଡ଼ ରେ ଅଛି ବୋଲି କହନ୍ତି ତେଣୁ ସ୍ଥାନୀୟ ଠିକାଦାର ମାନେ ସାକ୍ଷାତ କରି ପାରନ୍ତି ନାହିଁ.ବଦଳି ହୋଇ ତିନି ମାସ ବିତି ଗଲାଣି କିନ୍ତୁ ରିଲିଭ କରା ଯାଇ ନାହିଁ ଏହାର ରହସ୍ୟ କଣ ବୋଲି ଜନ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି I କେତକ ହାତ ଗଣତି ଠେକଦାରଙ୍କୁ ଅନ ସିକ୍ଯୁର କାମ ଦେଇ ସ୍ଥାନୀୟ ଠେକଦାରଙ୍କୁ ହାରାଶ କରନ୍ତି ବୋଲି ଅଭିଯୋଗ ହେଉଅଛି Iଏ ସମ୍ପର୍କ ରେ ସରପଞ୍ଚ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପୂଜାରୀଙ୍କୁ ଯୋଗାଯୋଗ କରିବାରୁ ଥାନାରେ ଏତଲା ଓ ବିଡ଼ିଓ ଙ୍କୁ ଜଣାଇଛି. ବୋଲି ସୂଚନା ଦେଇଛନ୍ତି. ତୁରନ୍ତ ଜ଼ିଲ୍ଲା ପ୍ରଶାସନ ହସ୍ତ କ୍ଷେପ କରି ଉଚିତ ପଦ କ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହେଉଛି I ନ ଚେତ ଜ଼ିଲ୍ଲା ଅରୋକ୍ଷୀ ଅଧିକ୍ଷକ ଏବଂ ଭିଜିଲେନ୍ସ ର ଦ୍ୱାରସ୍ତ ହେବେ ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ ରେ ଠିକାଦାର ମାନେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର I