May 10, 2026

ଉତ୍କଳ ଆଲୁମିନା ବାଫଲାମାଳି ଖଣି ଅଞ୍ଚଳ ବିକାଶ ପାଇଁ ପ୍ରତିଶୃତିବଦ୍ଧ

IMG-20250424-WA0152
Share

 

. ଶିଶୁମିତ୍ର ଅଙ୍ଗନବାଡି ପ୍ରତିଷ୍ଠା ଦ୍ୱାରା ସୁଫଳ ପାଉଛନ୍ତି ୧୧ ଗାଁର ୩୨୯ କୈଶୋର ଶିକ୍ଷାର୍ଥୀ

 

ରାୟଗଡା( ରବି ରାଜ ବୈଦ୍ୟ) କୈଶୋର ଅବସ୍ଥାରେ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ଼, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍ଆର) ଅଭିଯାନ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଜାରି ରଖିଛି।ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସୀମାନ୍ତରେ ଅବସ୍ଥିତ ହୋଇଥିବା ବେଳେ କମ୍ପାନୀ ସିଏସ୍ଆର ବିଭାଗ ପକ୍ଷରୁ ଉଭୟ ବ୍ଲକରେ ବିକାଶ କାର୍ଯ୍ୟ ଅବିରତ ଚାଲୁ ରହିଛି। ଏହି କ୍ରମରେ କମ୍ପାନୀର ସିଏସ୍ଆର ବିଭାଗ ତରଫରୁ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଖଣି ପରିସର ଗ୍ରାମଗୁଡ଼ିକରେ ଅବସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ପୁନଃନବୀକରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଅଛି।ଏହି ପ୍ରୟାସ ଅନ୍ତର୍ଗତ ପାରମ୍ପରିକ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସ୍ମାର୍ଟ୍, ଶିଶୁ-ମିତ୍ର ଶିକ୍ଷାନୁକୂଳ କେନ୍ଦ୍ରରେ ପରିଣତ କରାଯାଇଅଛି।ସମ୍ପ୍ରତି ଏକ ରାଜ୍ୟସ୍ତରୀୟ ବେସରକାରି ସଂଗଠନ ସହଯୋଗରେ ଉତ୍କଳ ଆଲୁମିନା ବାଫଲାମାଳି ଖଣି କ୍ଷେତ୍ର ପରିସରରେ ଅବସ୍ଥିତ ୧୧ ଟି ଗ୍ରାମାଞ୍ଚଳର ଆଙ୍ଗନବାଡ଼ି କେନ୍ଦ୍ର ଚିହ୍ନଟ କରି ସିଏସ୍ଆର ବିଭାଗ ପକ୍ଷରୁ ଉନ୍ନତିକରଣ କରାଯାଇଛି। ଏହି ପ୍ରୟାସରେ କେନ୍ଦ୍ରର ନବୀକରଣ,ମରାମତି ସହିତ ସାଧାରଣ ଢାଞ୍ଚା ପରିବର୍ତ୍ତନ କାର୍ଯ୍ୟ କରାଯାଇଛି।ଯାହାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କ ପାଇଁ ନିରାପଦ ଓ ଦୀର୍ଘକାଳୀନ ଶୈକ୍ଷିକ ପରିବେଶ ସୃଷ୍ଟି କରିବା।ରାଜ୍ୟ ସରକାରଙ୍କ ସମନ୍ଵୟ ଶିଶୁ ବିକାଶ ବିଭାଗ ଦ୍ୱାରା ଅନୁମୋଦିତ ଶିଶୁ-କେନ୍ଦ୍ରିତ ଛବି ଆଧାରିତ ଚିତ୍ରାଙ୍କନ ଓ କାରୁକାର୍ଯ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଭିତର ଓ ବାହାର କାନ୍ଥରେ ପ୍ରୟୋଗ କରାଯାଇଛି।ଯାହା ଶିଶୁମାନଙ୍କର ପ୍ରାକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିଅଛି।କମ୍ପାନୀ ପକ୍ଷରୁ ସମ୍ପ୍ରତି ପ୍ରୟାସ କରାଯାଇଥିବା ବେଳେ ଏହା ଆଙ୍ଗନବାଡ଼ିରେ ଶିଶୁମାନଙ୍କ ଉପସ୍ଥିତିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି।କୈଶୋର ବିଦ୍ୟାର୍ଥୀଙ୍କ ମଧ୍ୟରେ ଶାରୀରିକ,ମାନସିକ ଓ ଭାବଗତ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିଲିକ୍ଷିତ ହୋଇଅଛି। ଅନ୍ୟପଟେ କମ୍ପାନୀ ସିଏସ୍ଆର ବିଭାଗର ଏହି ପ୍ରୟାସରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଖଣି ପାର୍ଶ୍ୱସ୍ଥ ଅଞ୍ଚଳ ଯାଥା ମାଇକଞ୍ଚ, ଅଣ୍ଡିରାକଞ୍ଚ,ପଇକାକୁପାଖାଲ, କରଞ୍ଜକୁପାଖାଲ,କୋଡିପାରି, କୁମ୍ଭାରଶିଳା,ମାଳିଗାଁଁ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସୂର୍ଯ୍ୟଗଢ,ଅଡ଼ରୀ,ମାଳିଗାଁଁ ଓ କେନ୍ଦୁମୁଣ୍ଡି ଗ୍ରାମର ୧୧ଟି ଅଙ୍ଗନବାଡ଼ି କେନ୍ଦ୍ରର ମୋଟ ୩୨୯ ଜଣ ଶିଶୁ ସିଧାସଳଖ ଭାବେ କମ୍ପାନୀ ପକ୍ଷରୁ ସିଏସ୍ଆର ବିଭାଗ ଅନ୍ତର୍ଗତ ଚାଲୁ ରହିଥିବା ଏହି ଉଦ୍ୟମରେ ଲାଭାନ୍ବିତ ହୋଇଛନ୍ତି।