May 10, 2026

ବୁଲେଟ ସହିତ କାର ମୁହାଁମୁହିଁ ଧକ୍କା  ଦୁଇଜଣ ଗୁରୁତର…

IMG-20250424-WA0027
Share

 

ବେଲଗୁଣ୍ଠା – ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଧୂମୁଛାଇ ପଞ୍ଚାୟତ କୁରୁଳାଇ ଗ୍ରାମର ସୁନୀଲ ସ୍ୱାଇଁ ଓ ଭଣଞ୍ଜା ରାମକୃଷ୍ଣ ବିଷୋୟୀ ଦୁହେଁ କୌଣସି କାମରେ ନିଜ ବୁଲେଟ (ଓଡ଼ି ୩୨ କେ ୩୭୬୫)ଗାଡିରେ ଖମାରେଡି ଯିବା ସମୟରେ ଭଞ୍ଜନଗର ପଟୁ ଆସୁଥିବା ଏକ ସୁଜୁକି କାର (ଓଡ଼ି ୩୨ ଏଏଚ ୨୨୬୧)ସହିତ ନୂଆଁ ଗାଁ ଓଭରବ୍ରିଜ଼ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ସୁନୀଲ ଓ ରାମକୃଷ୍ଣ ତଳେ ଛିଟିକି ପଡି ସୁନୀଲ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରାମକୃଷ୍ଣଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହ ହାଡ଼ ବାହାରି ପଡ଼ିଥିଲା।ସ୍ଥାନୀୟ ଲୋକ ଗୁରୁତର ଦୁହିଁଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ଶୋଚନୀୟ ହେବା ଫଳରେ ଡାକ୍ତର ବ୍ରହ୍ମପୁର ରେଫେର କରିଥିଲେ।

ଗୋବରା ରୁ ପଞ୍ଚାନନ ସାହୁ ଙ୍କ ରିପୋର୍ଟ