ଜୟ ଦୂର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନୟନ କମିଟି ବୈଠକ:ସ୍ଥାୟୀ ବିଦ୍ୟୁତ ସଂଯୋଗ ପାଇଁ ଗୁରୁତ୍ୱ

bhun00
Share

ସମ୍ବଲପୁର : ପଡିଆବାହାଲ ସ୍ଥିତ ଜୟ ଦୂର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଉନ୍ନୟନ କମିଟିର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଜି ସକାଳ ୯.୩୦ ମିନିଟରେ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା।ଦୀର୍ଘ ଦିନ ହେଲା ବିଦ୍ୟାଳୟର ସ୍ଥାୟୀ ପରିଚାଳନା କମିଟି ଗଠନ ନହେବା କିମ୍ବା କୌଣସି ବୈଠକ ବସୁନଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇବା ସହିତ ଆଶା ଜନକ ଉନ୍ନୟନ କାମ ହେଉନଥିବା,ଉନ୍ନୟନ କାମରେ କର୍ମଚାରୀଙ୍କ ଅସହଯୋଗ ମନୋଭାବ ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇ ଆଗାମୀ ଦିନରେ ଯୁକ୍ତ ୩ ଖୋଲିବା,ମହାବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଆନ୍ତିରିକତା ସହଯୋଗ ନେଇ କମିଟି ଗୁରୁତ୍ୱ ଦେଇଥିଲେ । ସ୍ଥାୟୀ କୋଠା ନିର୍ମାଣ ବର୍ତ୍ତମାନ ଚାଲିଥିବାରୁ ତୁରନ୍ତ ସେଠାରେ ବିଦ୍ୟୁତ ସେବା ପାଇଁ କର୍ତ୍ତୁପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଏଥିରେ ପ୍ରସ୍ତାବ ନିଆଯାଇ ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହି ବୈଠକରେ କମିଟିର ସୁବୋଧ କୁମାର ବେହେରା,ବିଜୟ କୁମାର ନାୟକ,ରବୀନ୍ଦ୍ର କୁମାର ବଡପଣ୍ଡା, ଡା.ରାଜାରାମ ଷଡଙ୍ଗୀ,ଶେଷଦେବ ପଣ୍ଡା, ମନିଷ ନାୟକଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

You may have missed