April 26, 2026

ଗଜପତି:- ଅଡବା ଥାନା ପକ୍ଷରୁ ୭୦ କେଜି ଚୋରା ଗଞ୍ଜେଇ ଜବତ ଏବଂ ଏଥିରେ ଜଣେ ଗିରଫ

IMG-20260324-WA0059
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପକ୍ଷରୁ ୭୦ କେଜି ଚୋରା ଗଞ୍ଜେଇ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ଜଣକୁ ଗିରଫ କରାଯାଇଛି।

ଆର: ଉଦୟଗିରି ଥାନା ଏସ:ଡି:ପିଓ: ଙ୍କ ଶ୍ରୀ ରାକେଶ କୁମାର ସାହୁ’ଙ୍କ ନେତୃତ୍ୱରେ ଅଡବା ଥାନାର ପୋଲିସ କର୍ମଚାରୀ ବୁଢ଼ାଡିହା ଗ୍ରାମରେ ଚଢ଼ାଉ କରାଯାଇ ୭୦ କେଜି ଚୋରା ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଅଭିଯୁକ୍ତ ଆନ୍ଦ୍ରିୟ ମଣ୍ଡଳ ନାମ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଆନ୍ଦ୍ରିୟ ଗଞ୍ଜେଇ ସବୁ ଧରି ମୁଖ୍ୟରାସ୍ତା କଡ଼ରେ ଥିବା ବେଳେ ପୋଲିସ ଚଢାଉ କରି ଗଞ୍ଜେଇ ସହ ଅଭିଯୁକ୍ତ ଆନ୍ଦ୍ରୀୟ କୁ ଗିରଫ କରାଯାଇଛି ।

ଏ ସଂକ୍ରାନ୍ତରେ ଅଡବା ଥାନା ମାମଲା ନଂ- ୬୬/୨୬ ତା:- ୨୩/୩/୨୦୨୬ ରେ ଏନ:ଡି:ପି:ଏସ: ଆଇନର ୨୦ (ଖ) (ii) (ଗ)/୨୯ ଅନ୍ତର୍ଗତରେ ରହିଛି ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————–