March 8, 2026

ଗ୍ୟାସଲିକ ରୁ ଘରପୋଡି, ଧର୍ମେନ୍ଦ୍ର ପ୍ରଧାନ ଗୁରୁତର, ସହାୟତା ପାଇଁ ଦାବୀକଲେ ଗ୍ରାମବାସୀ..

IMG-20260224-WA0008
Share

ତିର୍ତ୍ତୋଲ ତା 24/2/2026 ଗତ ସୋମବାର ଦିନ ରାତି ଏଗାର ଟା ବେଳେ, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ପଧାନସାହି ଛକ ନିକଟରେ, ଗୃହକର୍ତ୍ତା ଧର୍ମେନ୍ଦ୍ର ପ୍ରଧାନ, କ୍ଷୀର ଗରମ କରିବାପାଇଁ, ଗ୍ୟାସରେ ଅଗ୍ନିସଂଯୋଗ କରିବା ସମୟରେ ହଠାତ ନିଆଁଜଳି ଉଠିବାରୁ, ସେ ନିଜେ ଗୁରୁତର ଭାବରେ ଆହତ ହୋଇ, ଆମ୍ବୁଲାନ୍ସ ଯୋଗେ, ପ୍ରଥମେ ଜଗତସିଂହପୁର ମେଡିକାଲ ଓ ଅବସ୍ଥା ଶଙ୍କଟଜନକ ଥିବାରୁ ତାଙ୍କୁ କଟକ ଏସ ସି ବି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ତାଙ୍କର ମୁହଁ ସହିତ ଦୁଇଗୋଡ଼ ଓ ଦୁଇହାତ ମଧ୍ୟ ପୋଡ଼ିଯାଇଥିବା ବେଳେ ରୋଷଇଘର ଭିତରେ ଥିବା ସମସ୍ତ ରୋଷଇ ସାମଗ୍ରୀ ଓ ବାସନକୁସନ ମଧ୍ୟ ପୋଡିପାଉଁଶ ହୋଇଯାଇଥିଲା l ବିଶେଷକରି ଦଶକୁଇଣ୍ଟାଲ ଧାନ ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା l ଧର୍ମେନ୍ଦ୍ର ଦଶଜଣିଆ ଯୌଥ ପରିବାର ର ଏକମାତ୍ର ରୋଜଗାର କ୍ଷମ ହୋଇଥିବାରୁ l ତାଙ୍କର ଶଙ୍କଟାପନ୍ନ ପରିସ୍ଥିତି ରେ ଏହି ଅଗ୍ନିବିପନ୍ନ ପରିବାର କୁ ଆବଶ୍ୟକୀୟ ସରକାରୀ ଓ ବେସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବା ନିମନ୍ତେ ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନୃସିଂହ ଚରଣ ନାୟକ, କୈଳାଶ ଚନ୍ଦ୍ର ଶାସମଲ, ସଞ୍ଜୟ କୁମାର ଜେନା, ପବିତ୍ର କୁମାର ପ୍ରଧାନ, ଜ୍ଞ୍ୟାନରଞ୍ଜନ ସାହୁ, ରାକେଶ କୁମାର ସାହୁ, ଶିକ୍ଷାବିତ ନରୋତ୍ତମ ଭୂୟାଁ, ରାକେଶ କୁମାର ସାହୁ, ସ୍ଥାନୀୟ ମୁରବୀ ମୁରଲୀଧର ପରିଡା, ଶରତ କୁମାର ମଲ୍ଲିକ, ହେମନ୍ତ କୁମାର ରାଉତ ଓ ସ୍ବପ୍ନସରିତ ପରିଡା ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର