November 23, 2024

ଭୁବନେଶ୍ୱର ଚାଲ ସଚିବାଳୟ ଘେରାଉ ପାଇଁ ପ୍ରସ୍ତୁତି ବୋୖଠକ…

Share

 

କୋରାପୁଟ ଜ଼ିଲ୍ଲା କୋରାପୁଟ ବାହିନୀ ପତି ବାସଭଵନରେ ଆଜି ଅପରାହ୍ନ ରେ ଆସନ୍ତା 26 ତାରିଖରେ ଭୁବନେଶ୍ୱର ସଚିବାଳୟ ଘେରାଉ କାର୍ଯ୍ୟ କ୍ରମ ରହିଛି ତେଣୁ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲା ସଭା ପତି ଶ୍ରୀ ଶଶୀ ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି. ଏହି ଅବସର ରେ ନୂତନ ଭାବରେ ଜ଼ିଲ୍ଲା ସଭା ପତି ଦାଇତ୍ୱ ନେଇ ଥିବା ଶ୍ରୀ ପାତ୍ର ଙ୍କୁ ସ୍ୱାଗତ ଜଣା ଯାଇଥିଲା. ଜ଼ିଲ୍ଲା ର ସମସ୍ତ ବ୍ଲକ ଓ ଏନ ଏ ସି ମୁନସୀପାଲଟି ରୁ ଏକ ହଜାର ରୁ ଊର୍ଧ୍ୱ କର୍ମୀ ଯୋଗ ଦେବାପାଇଁ ନିଷ୍ପତି ହୋଇଥିଲା. ଆଶାୟୀ ପ୍ରାର୍ଥୀ ମାନେ ଦଳୀୟ ସଭାପତି ଙ୍କପରାମର୍ଶ ନେଇ ଅଞ୍ଚଳ ଗସ୍ତ କରନ୍ତୁ. ଏବଂ ଜ଼ିଲ୍ଲା ର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ରୁ ଗୋଟିଏ ଉପ ସଭା ପତି ସାଧାରଣ ସମ୍ପାଦକ ତିନି ଜଣ ଓ ସମ୍ପାଦକ ଛ ଜଣ ଲେଖାଏଁ ଜ଼ିଲ୍ଲା କଂଗ୍ରେସ କମିଟି ରେ କର୍ମ କର୍ତ୍ତା ଭାବରେ ରହିବେ ତେଣୁ ସଭା ପତି ମାନେ ଏ ନେଇ ତାଲିକା ପ୍ରସ୍ତୁତି କରି ପ୍ରଦାନ କରିବା ପାଇଁ ପ୍ରକାଶ କରି ଥିଲେ I ଆଶାୟୀ ପ୍ରାର୍ଥି ମାନେ ଦଳୀୟ ସଭା ପତିଙ୍କୁ ଆଣଦେଖା କରି ଅଞ୍ଚଳ ଗସ୍ତ କରୁଛନ୍ତି ବୋଲି ନେତା ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ I ପ୍ରଦେଶ କଂଗ୍ରେସ କମିଟି ତାଲିକା ରେ ଯେଉଁ ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ଙ୍କ ନାମ ତାଲିକାରେ ଅଛି ସେ ମାନେ ନିର୍ବାଚନ ସମାପ୍ତ ହବା ପର୍ଯ୍ୟନ୍ତ ରହିବେ ଏହା ପିସିସି ସଭା ପତିଙ୍କ ନିର୍ଦେଶ ରହିଛି ବୋଲି ଜ଼ିଲ୍ଲା ସଭା ପତି ଶ୍ରୀ ଶଶୀ ପାତ୍ର ବୈଠକ ରେ ପ୍ରକାଶ କରିଥିଲେ I ପୂର୍ବତନ କୋରାପୁଟ ପୌରାଧକ୍ଷ ଭାବଗବାନ ବାହିନୀପତୀ ଶୂକ୍ରା ଖରା ବେଣୁଧର ପାତ୍ର. ଅର୍ଜୁନ ବାଙ୍କା ଗୋକୁଳ ପଟ୍ଟନାୟକ. ଭବାନି ରଥ. ଅଶୋକ ଗନ୍ତାୟତ ବାବୁଲା ବେନିୟା ରମେଶ ଖରା,କୃଷ୍ଣ କୁଲଦୀପ , କୋଟପାଡ଼ ବ୍ଲକର ପୂର୍ବତନ ଅଧକ୍ଷ ନୀଳକଣ୍ଠ ପୂଜାରୀ. କୋଟପାଡ଼ ନଗର କଂଗ୍ରେସ କମିଟି ସଭାପତି ବାପୁନ ତ୍ରିପାଠୀ ସୁକାନ୍ତ ପଟ୍ଟନାୟକ ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ଏବଂ ବିଧାୟକ ଓ ସାଂସଦ ଆଶାୟୀ ପ୍ରାର୍ଥି ଉପସ୍ଥିତ ଥିବା ଜଣା ଯାଇଛି. ଜୟପୁର ମାନ୍ୟବର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତୀ ଙ୍କ ଦୀର୍ଘ ଦିନର ଦାବୀ ଯୋଗୁଁ ଆଜି ବୋରିଗୁମ୍ମା ଏନ ଏ ସି ଭାବେ ସରକାର ଘୋଷଣା କରି ଥିବାରୁ ଶ୍ରୀ ବାହିନୀପତିଙ୍କୁ ଏହି ବୈଠକ ରେ କର୍ମୀ ଓ ନେତା ସାଧୁ ବାଦ ଜଣାଇଥିଲେ. (କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା )