April 3, 2025

କୋରାପୁଟ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧିଙ୍କ ଜରୁରୀ ବୈଠକ…

Share

                                                                                                                                                                                କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଖବର କାଗଜର ସମ୍ବାଦଦାତା ଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସତ୍ୟ ଖବର ପ୍ରକାଶ କରି ନବରଙ୍ଗପୁର ର ଅନାମ ଦିଆନଙ୍କ ଧମକର ଶିକାର ହୋଇଥିବା ହରିଶ କୁମାର ପଟ୍ଟନାୟକ ପ୍ରକାଶ କରି ଥିଲେ।ଏହାକୁ ନେଇ ସମ୍ବାଦଦାତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହ ଖରା ବର୍ଷା ଶୀତ କାକରରେ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମ୍ବାଦଦାତା ମାନେ କିଭଳି ଭାବରେ କେତେ ବେଳେ ଆକ୍ରମଣ ଶିକାର ହେଉଛନ୍ତି ତ ଆଉ କେତେ ବେଳେ ଧମକର ଶିକାର ହେଉଛନ୍ତି ବୋଲି ବୈଠକ ରେ ଆଲୋଚନା ହୋଇଥିଲା। ଏହି ଜରୁରୀ କାଳୀନ ବୈଠକରେ ସାମ୍ବାଦିକ ରବି ଶଙ୍କର ମହାପାତ୍ର ପଦ୍ମନ ବିଶୋଇ, ଭାନୁ ନାୟକ, ସୁନୀଲ ଷଡ଼ଙ୍ଗୀ ,ଟୁଟୁ ପଟ୍ଟନାୟକ, ସୁଶାନ୍ତ ପଣ୍ଡା, ହରିଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଦୁବ୍ୟବହାର କିମ୍ବା ଧମକ କୁ ବରଦାସ୍ତ କରାଯିବ ନାହିଁ। ପ୍ରଶାସନ ଏବଂ ରାଜ୍ୟ ସଂଘ କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। (କୋରାପୁଟ ଜିଲ୍ଲାରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଉପାନ୍ତ ଖବର)