ଆଜିର ଖବର…
➡️୧-ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ମନ, ଜନସମୁଦ୍ର ପାଲଟିଛି ଅଯୋଧ୍ୟା l ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ କଲେ ସାନ୍ନିଧ୍ୟ ଲାଭ l ଭାଙ୍ଗିଲା ଗତ ବର୍ଷ ରାମନବମୀର ରେକର୍ଡ l
➡️୨-ବଢିଲା ରାମଲଲ୍ଲାଙ୍କ ଦର୍ଶନ ସମୟ, ପ୍ରବଳ ଗହଳିକୁ ଦେଖି ପ୍ରଶାସନର ନିଷ୍ପତ୍ତି l ଏଣିକି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲଲାଙ୍କୁ ଦର୍ଶନ କରିପାରିବେ। ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ l
➡️୩-ପୁରୀ ସତ୍ୟବାଦୀ ଠାରେ ଆଜି ଦିବା 11.30 ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହେବ ଓଡ଼ିଆ ଅସ୍ମିତାର ସୌଧ “ଓଡ଼ିଆ ବିଶ୍ୱବିଦ୍ୟାଳୟ” ।
➡️୪-ଅଯୋଧ୍ୟାରେ ପୂଜିତ ଠାକୁରଙ୍କ ନାଁ ରାମଲାଲା ନୁହେଁ, ରହିବ ବାଲକ ରାମ୍ । ଏ ନେଇ ସୂଚନା ଦେଲେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ପୂଜକ ଅରୁଣ ଦୀକ୍ଷିତ ।
➡️୫-ଆସନ୍ତା ୨୯ ତାରିଖରୁ ଆନ୍ଦୋଳନ କରିବେ Teachers’ Association! ଡାକରା ଦେଲେ ପ୍ରାଥମିକ ଶିକ୍ଷକ ସଂଘ l ଏହି ଆନ୍ଦୋଳନରେ ପ୍ରାୟ ଦେଢ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି ।
➡️୬-ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଯାତ୍ରା l ଏହି ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ଭଲମନ୍ଦ ବୁଝିବେ ବିଜେଡି ନେତା ଓ କର୍ମୀ । ଯଦି ସରକାରୀ ଯୋଜନା ପହଞ୍ଚିବାରେ କେଉଁଠି ସମସ୍ୟା ରହିଛି ତା’ର ତଥ୍ୟ କରିବେ ସଂଗ୍ରହ ।
➡️୭-ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡିହେଲା ନୂଆ ଅଧ୍ୟାୟ। ଏଣିକି ଡ୍ରୋନ ଯୋଗେ ସେବା ଯୋଗାଇବ ଏମ୍ସ ଭୁବନେଶ୍ୱର l ଥରକେ ୨ରୁ ୫ କିଲୋଗ୍ରାମ ସାମଗ୍ରୀ ପରିବହନ କରି ୧୦୦ କିଲୋମିଟର ଦୂର ଯାଏଁ ଯାଇପାରିବ। ସାଟେଲାଇଟ୍ ଜିପିଏସ୍ ଦ୍ୱାରା ପରିଚାଳିତ ଏହି ଡ୍ରୋନ୍କୁ ଲାଇଭ୍ ଟ୍ରାକ୍ କରାଯାଇପାରିବ।
➡️୮-ଟଙ୍କା ଗଣତି ସମୟରେ ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର l ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମପତ୍ର ଲେଖିଛନ୍ତି l
➡️୯-ଘୋଷଣା ହେଲା ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ,୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ପାଇବେ ସଂମାନଜନକ ରାଜ୍ୟପାଳ ପଦକ l
➡️୧୦-୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଗତକାଲି କଲେ ଖଣ୍ଡନ l
➡️୧୧-ଆସନ୍ତା ୨୬ତାରିଖରୁ ୧୧ଦିନ ଧରି ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ଆଦିବାସୀ ମେଳା l ଏହି ମେଳା ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।
➡️୧୨-ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବ । ଦକ୍ଷିଣ ଛତିଶଗଡରେ ଘୂର୍ଣ୍ଣିବଳୟ ପ୍ରଭାବରେ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶରେ ବର୍ଷା ଆଶଙ୍କା l
➡️୧୩-ଦୁଇ ସପ୍ତାହ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି କଂଗ୍ରେସରେ ମିଶିବେ l ଭବାନୀପାଟଣାରେ କଂଗ୍ରେସର ମିଶ୍ରଣ ପର୍ବରେ ସେ ସାମିଲ ହୋଇ ଦଳରେ ମିଶିବେ ।
➡️୧୪-ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସଇ ଷ୍ଟେସନ ନିକଟରେ ରେଳ ଧାରଣାରେ କାମ ଚାଲିଥିବା ବେଳେ ଟ୍ରେନ ମାଡିଯିବାରୁ ୩ ରେଳ କର୍ମଚାରୀଙ୍କ ହେଲା ମୃତ୍ୟୁ l
➡️୧୫-ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ l ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ। ସ୍ବାଧୀନତା ପରେ କର୍ପୂରୀ ଠାକୁର ବିହାରର ଦୁଇଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ ।
➡️୧୬-କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଥିବା ଏକ ମାନହାନି ମାମଲାରେ ବମ୍ବେ ହାଇକୋର୍ଟରେ ମିଳିଲା ଆଶ୍ବସ୍ତି । ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହେବାରୁ ମିଳିଥିବା ଅନ୍ତରୀଣ ରିଲିଫକୁ ବମ୍ବେ ହାଇକୋର୍ଟ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ କଲେ ବୃଦ୍ଧି l
➡️୧୭-ଏଥର ଭାରତରେ ହେବ ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା l ଦୀର୍ଘ ୨୮ ବର୍ଷ ପରେ ଭାରତରେ ଫେବୃଆରୀ ୧୮ରୁ ଆରମ୍ଭ ହେବ ‘ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତା । ଏଥର ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବରୁ ଶେଷ ଥର ପାଇଁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲ୍ଡ ଅନୁଷ୍ଠିତ ହୋଇଥିଲା ।
➡️୧୮-ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ହାଇଦ୍ରାବାଦରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ ।
➡️୧୯-ଏଏଫସି ଏସିଆନ୍ କପ୍-୨୦୨୩(AFC asian Cup-2023) ରୁ ବାଦ୍ ପଡ଼ିଲା ଟିମ ଇଣ୍ଡିଆ । ଶେଷ ମ୍ୟାଚରେ ଏକ ଲଜ୍ଜାଜନକ ଭାବରେ ପରାସ୍ତ ହେଲା ଭାରତୀୟ ଦଳ । ସିରିୟା ବିପକ୍ଷ ମ୍ୟାଚରେ ଦଳ ୧-୦ରେ ହେଲା ପରାଜୟ l
➡️୨୦-ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ କଲା ଆରମ୍ଭ l ଫ୍ରାନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଭାରତ ୪-୦ ଗୋଲ୍ରେ ଜିତି ନେଇଛି।
➡️୨୧-ଆଇପିଏଲ୍ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ l ଫେବ୍ରୁଆରି ୨୨ରୁ ଆରମ୍ଭ ହେବ ଡବ୍ଲ୍ୟୁପିଏଲ l