June 21, 2026

ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଚଞ୍ଚକତା ପ୍ରତିବାଦରେ ଭାଜପା ପକ୍ଷରୁ ବ୍ଳକ ଘେରାଉ 

jkhugukgi
Share

ବୁଗୁଡା : ତା ୨୪/୦୧/୨୩ : ଘୁମୁସର ସାଙ୍ଗଠନିକ ଜିଲ୍ଲା ଭାଜପା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଆବଣ୍ଟନ ଚଞ୍ଚକତା ପ୍ରତିବାଦରେ ଭାଜପା ପକ୍ଷରୁ ବୁଗୁଡ଼ା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ,ମଣ୍ଡଳ ସଭାପତି ସୂର୍ଯ୍ୟନାରାୟଣ ମହାନ୍ତି,ଭଗବାନ ଜେନା,ବରିଷ୍ଟ ନେତା ହରିକୃଷ୍ଣ ସାହୁ,ନଟବର ଜେନା, ଗୌର ପ୍ରଧାନ, କାର୍ତ୍ତିକ କୁମାର ମଙ୍ଗାଳ, ପ୍ରକାଶ ମହାରଥା,ସୁଶାନ୍ତ କୁମାର ରାଉତ, ଶ୍ରୀହର୍ଷ ପ୍ରଧାନ, ଦିଲୀପ ପ୍ରଧାନ ଏବଂ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୁଗୁଡା ବ୍ଳକରେ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଆବଣ୍ଟନ ତାଲିକାରେ ଯୋଗ୍ଯ ହିତାଧିକାରୀଙ୍କୁ ଗୁରୁତ୍ୱ
ଦିଆ ନଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।ତେଣୁ, ଏଭଳି ହୀନ ଉଦ୍ୟମକୁ ଭାଜପା କର୍ମକର୍ତ୍ତାମାନେ ତୀବ୍ର ବିରୋଧ କରିବା ସହ ଆବେଦନ କରିଥିବା ଯୋଗ୍ଯ ହିତାଧିକାରୀଙ୍କୁ ଗୁରୁତ୍ୱ ଦେବା ପାଇଁ ଦାବି କରିଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଚଞ୍ଚକତା ବିରୋଧରେ ଭାଜପା ପକ୍ଷରୁ ଏକ ଦାବି ପତ୍ର ବିଡିଓ ବାସୁଦେବନାୟକଙ୍କୁ ପ୍ରଦାନ କରାଯାଇଥିଲା।