March 9, 2026

ତୁରନ୍ତ ମଣ୍ଡିରୁ ଧାନ ନ ଉଠିଲେ ରାଜ ରାସ୍ତା କୁ ଓଲ୍ହାଇବେ ଚାଷୀ

IMG-20251223-WA0040
Share

           କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳରେ ଗତ 11 ତାରିଖ ରୁ ଚଳିତବର୍ଷ ଖରିଫ ଚାଷ ଧାନ ମଣ୍ଡି ଉଦଘାଟନ ହେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ମଣ୍ଡିରେ ପ୍ରଶାସନ କିମ୍ବା ଲେମ୍ପ ତଫରୁ ଧାନ କିଣା ଆରମ୍ଭ ହେଇପାରିନି l ଏତରେ ଚାଷୀ ଏବଂ ଲେମ୍ପ କୋର୍ତ୍ତୃପକ୍ଷ କର୍ମଚାରୀଙ୍କ ସହ ବାରମ୍ବାର ଆଲୋଚନା ହେଉଥିଲେ ସୁଦ୍ଧା ସମାଧାନ ସୂତ୍ର ବାହାରି ପାରିନଥିବାର ଜଣାପପଡିଛି l ଗୋଟିଏ ପକ୍ଷରେ ଲେମ୍ପ କୋର୍ତ୍ତୃପକ୍ଷ କହୁଛନ୍ତି ମିଲର ଙ୍କ ସହ ଆଲୋଚନା ପ୍ରକ୍ରିୟା ଜାରିରହିଛି, ସେପଟେ ଚାଷୀ ପ୍ରଶାସନ ଯେଉଁ କଥା ଦେଇଛି କୋଟନୀ ଛୋଟନୀ ବନ୍ଦଉପରେ ତାହା ମିଲର ଉପରେ କୋଡା କୋଡ଼ି ଲାଗୁକରାଯାଉ l ଅନ୍ୟ ପକ୍ଷରେ ପ୍ରଶାସନ ଓ ମିଲର ଏଫ ଇ କ୍ଯୁଉ ହେଲେ ଧାନ ଉଠିବାକୁ ସହମତ ପ୍ରକାଶ କରୁଥିବା ଜଣାପଡିଛି l ଗତ ସୋମବାର ଦିନ ଡ଼ଙ୍ଗିରି ଜାତୀୟ ରାଜପଥ ପାଶ୍ୱରେ ମଣ୍ଡି ରେ 5 ହଜାର କ୍ଯୁଣ୍ଟାଲ ରୁ ଉର୍ଦ୍ଧ ଧାନ ମଣ୍ଡି ରେ ଚାଷୀ ଧାନ ଆଣି ଗୋଛିତ କରିଥିଲେ କିନ୍ତୁ ଧାନ କିଣାଯାଇପାରିନ ନଥିଲା l ଏଠାରେ ଜୟପୁର ନିୟନ୍ତିତ ବଜାର କମିଟି ଓ କୋଟପାଡ଼ ଲେମ୍ପ କର୍ମଚାରି ଉପସ୍ଥିତ ରେ ଚାଷୀଙ୍କ ଧାନ କୋମ୍ପୁଟର ମେସିନରେ ପରଖା ଯାଇଥିଲା କିନ୍ତୁ ଧାନ ଏଫ ଏ କ୍ଯୁଉ ନଥିବାର ଜଣାପଡିଥିବା ଜଣାପଡିଛି l ଏହାକୁ ନେଇ ଜୟପୁର ଚିଫ ସିଏସଓ ମାନସ ରଞ୍ଜନ ମହାପାତ୍ର ଙ୍କୁଯୋଗାଯୋଗ କରିବାରୁ ଉକ୍ତ ମଣ୍ଡି ରେ ଚାଷୀଙ୍କ ଧାନ ଏଫଏକ୍ଯୁଉ ଭାରି ନଥିଲା ତେଣୁ ଧାନ କିଣାଯାଇନଥିବା ପ୍ରଶାସନ ଅଧିକାରୀ କହିଛନ୍ତି l ଅନ୍ୟ ପକ୍ଷରେ କୋଟପାଡ଼ ହାଟ ପଦା ନିକଟସ୍ତ ନିୟନ୍ତ୍ରିତ ବଜାର କମିଟି ତରଫରୁ ଦୁଇ ଗୋଟି ଏଫ ଏ କ୍ଯୁଉ ଯାଞ୍ଚ ମେସିନ ଗତ ଏକବର୍ଷ ଜୋରି ପୋଲଥିନ ଗୋଡ଼ାଇ ରୋଖାଯାଇଛି, ଉକ୍ତ ମେସିନରେ କାହିଁକି ଯାଞ୍ଚ କରାଯାଉନି, ଏଗୁଡିକ ଲୋକଙ୍କୁ ଦେଖାଇବାକୁ ଅଣାଯାଇଛିକି ବୋଲି ଚାଷୀ ଅଭିଯୋଗ କରିଛନ୍ତି l ଏଭଳି କେତେକ ମଣ୍ଡିରେ ଦଲାଲ ଙ୍କ ଧାନ ଗୋଛିତ ହେଉଥିବା ମଧ୍ୟ ଅଭିଯୋଗ କରୁଛନ୍ତି l ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଚାଷୀଙ୍କ ଟୋକେନ ଆସୀନଥିବା ବେଳେ କେତେକ ଚାଷୀଙ୍କ ଚାଷ ଜମି ଅଧିକ ଥିଲେ ସୁଦ୍ଧା କମ ପରିମାଣରେ ଧାନ ବିକ୍ରି ପାଇଁ ଟକେନ ଆସିଛି l ଗୋଟିଏ ପକ୍ଷରେ ସରକାର କହୁଛନ୍ତି ଚାଷୀଙ୍କ ସମସ୍ତ ଧାନ କିଣାଯିବ ଏପଟେ ମଣ୍ଡି ରେ ଧାନ ବିକ୍ରି ହେଉନଥିବାରୁ ଗ୍ରାମାଞ୍ଚଳ ର ଚାଷୀ ଦଲାଲ ଶିକାର ଆରମ୍ଭ ହେଉଥିବା ରୁ ଚଷୀ ମୋହଲରେ ଅସନ୍ତୋଷ ଦେଖା ଦେଇଛି l ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରଶାସନ ମଣ୍ଡି ରେ ଚାଷୀଙ୍କ ଧାନ କିଣା ଆରମ୍ଭ ନହୁଏ ତେବେ ବାଧ୍ୟ ହେଇ ଏହି ଅଞ୍ଚଳର ଛୋଟ ବଡ଼ ଚାଷୀ ଏକୋତ୍ରିତ ହେଇ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ବୋଲି କୃଷକ କଲ୍ୟାଣ ମଞ୍ଚ ର ଚାଷୀ କହିଛନ୍ତି lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର