June 23, 2026

ଖରିଡା ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

IMG-20251223-WA0036
Share

 

ବୁଗୁଡ଼ା :ତା ୨୩/୧୨/୨୫ : ବୁଗୁଡ଼ା ବ୍ଲକର ଅରଖପୁର ପଞ୍ଚାୟତ ଅନ୍ତର୍ଗତ ଖରିଡା ଗ୍ରାମର ମା’ ସ୍ବପ୍ନେସ୍ବରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡମ୍ବରୁଧର ସାହୁ, ସମ୍ମାନିତ ଅତିଥି ଭାବେ ସିଆରସିସି ବିଶ୍ବଜିତ୍ ପରିଡା, ଅବସରପ୍ରାପ୍ତ ସେନାଧିକାରୀ ପ୍ରଦୀପ କୁମାର ସାହୁ, ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ, ଶିକ୍ଷକ ପ୍ରସନ୍ନ କୁମାର ରଥ ଓ ରବିନ୍ଦ୍ର ନାଥ ବିଷୋୟୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଉର୍ମିଳା କୁମାରୀ ସ୍ବାଇଁ, ପ୍ରଣିତା ପାଣିଗ୍ରାହୀ, ସତ୍ଯ ନାରାୟଣ ଦାସ, ସୁରେନ୍ଦ୍ର କୁମାର ଗୌଡ, ସନ୍ତୋଷ କୁମାର ପାଣି, ପଦ୍ମ ଚରଣ ବିଷୋୟୀ, କୈଳାଶ ଚନ୍ଦ୍ର ଗୌଡ ପ୍ରମୁଖ ପରିଚାଳନା କରିଥିଲେ।

You may have missed