April 24, 2026

ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପ୍ରଶାସନ ଗାଁ କି ଓର ସପ୍ତାହ କର୍ମଶାଳା ଅନୁଷ୍ଠିତ

IMG-20251223-WA0038
Share

ପାରଳାଖେମୁଣ୍ଡି, ତା.୨୩.୧୨.୨୦୨୫

 

ଆଜି ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ “ପ୍ରଶାସନ ଗାଁ କି ଓର” କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଛି । ଉକ୍ତ କର୍ମଶାଳାରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା,ଶିଶୁ ବିକାଶ ଏବଂ ସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ସମେତ ଜିଲ୍ଲାର ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ‘ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର’ କର୍ମଶାଳା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ତା ୧୯ ଡିସେମ୍ବର ଠାରୁ ତା ୨୫ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି। ଏହି ପରୀପେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ସୁଶାସନ ସପ୍ତାହ ପ୍ରଶାସନ ଗାଁ କୁ ଓର କର୍ମଶାଳା ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଉଛି। ଏହି ପରିପେକ୍ଷୀ ରେ ଜନସାଧରଣ ଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ସହ ଜନସେବା ପ୍ରଦାନ କରିବା, ବିଚାରଧୀନ ଜନସାଧାରଣଙ୍କ ଅଭିଯୋଗ ତୁରନ୍ତ ସମାଧାନ, ଅନଲାଇନ୍ ସେବା ପ୍ରଦାନ ଏବଂ ଜିଲ୍ଲାର ଜନସାଧାରଣଙ୍କ ଅଭିଯୋଗକୁ ସମାଧାନ ହୋଇଥିବା ସଫଳତା କାହାଣୀ ଉପଲବ୍ଧ କରାଇବା ଓ ଜିଲ୍ଲାର ସମସ୍ତ କର୍ମଚାରୀ ନିଜ ନିଜ ବିଭାଗର ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଆଜିର ଏହି କର୍ମଶାଳାରେ ଡେପୁଟି କଲେକ୍ଟର ମିତାଳୀ ମଧୁସ୍ମିତା ପାଢ଼ୀ, କାଷ୍ୟାପୀ ବେହେରା ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

You may have missed