ବାତ୍ୟା ଦାନା ମୁକାବିଲା ପାଇଁ ୯ ଜିଲ୍ଲା ଜଗିବେ ୯ ମନ୍ତ୍ରୀ !
ସମ୍ଭାବ୍ଯ ବାତ୍ୟା ମୁକାବିଲା ନିମନ୍ତେ ରାଜ୍ଯ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଭାବିତ ଜିଲ୍ଲା ଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ୯ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ଦାଇତ୍ଵ ଦେଇଛନ୍ତି । ବିଭିନ୍ନ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଂଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ଅଛି।
ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି। ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ସ୍ଥଳେ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି। ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଟ୍ରାଏଲ ରନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ପାଇଁ ଆଗୁଆ ପ୍ରସ୍ତୁତି ସ୍ୱରୂପ ୨୩ ଓ ୨୪ ତାରିଖରେ ସବୁ ଓଭରହେଡ୍ ଟାଙ୍କି ପୂର୍ଣ୍ଣ ରଖାଯାଇଛି।
ସରକାର ଆପଣଙ୍କ ସହ ସବୁବେଳେ ସବୁ ସମୟରେ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ସମସ୍ତେ ସଚେତନ ରହିବା ସହ ଭୟଭୀତ ନହୋଇ ସରକାରୀ ସ୍ତରରେ ଜାରି ହୋଇଥିବା ସୂଚନା ଆଧାରରେ ନିଜକୁ ପ୍ରସ୍ତୁତ ରଖନ୍ତୁ