କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ମାଁ ଙ୍କ ନବରାତ୍ରୀ ପୂଜା ଆରମ୍ଭ

ଛତ୍ରପୁର : ୨୩/୯/୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ନିଜସ୍ୱ ପୂଜା ମଣ୍ଡପରେ ଆଜି ଅର୍ଥାତ ସୋମବାର ଠାରୁ ମାଁ ଦୂର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି l ମାଁ ଦୂର୍ଗାଙ୍କ ନବରାତ୍ରୀ ପୂଜା ଏହି ମଣ୍ଡପରେ ଦୀର୍ଘ ୨୧ ବର୍ଷ ଧରି ହୋଇଆସୁଛି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି , ବାହ୍ୟ କୁମ୍ଭ ପୂଜା , ଚଣ୍ଡୀପାଠ, ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାବିଧି ହେବ ବୋଲି ସଙ୍ଘ ତରଫରୁ ସୂଚନା ମିଳିଛି l ମଧ୍ୟାହ୍ନରେ ଋଷିକୁଲ୍ୟା ନଦୀରୁ କଳସ ଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଛି l ଏହି ପୂଜା ପଣ୍ଡିତ ମନୋରଞ୍ଜନ ଆଚାର୍ଯ୍ୟ ପୌରହତିରେ ସମ୍ପାଦନ ହୋଉଥିଲା ବେଳେ କର୍ତା ଭାବେ ଶବର ଗୌଡ଼ ରହିଛନ୍ତି l ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣି ଅକ୍ଟୋବର ୩ ତାରିଖରେ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ପୂଜାକୁ ସଂଘର ବରୁଣ ପଣ୍ଡା, ଅଭିନାଶ ନାହକ,ଆଲୋକ ଗୌଡ଼, ତୋଫାନ ସ୍ୱାଇଁ, କ୍ରିଷ୍ଣା ସାହୁ, ଦିପୁ ସ୍ଵାଇଁ, ବାବୁ ତରେଇ, ସମୀର ତରେଇ, ଭିକି ନାହାକ, ବାଦଲ ପଣ୍ଡା, ସୁନିଲ ସ୍ଵାଇଁ, ଶିବା ସ୍ଵାଇଁ, ଜୟସେନ୍ ନାହାକ, ଶୁଭମ୍, ରୋହନ, ଦାମୋଦର ମହାଙ୍କୁଡ଼, ଶିବାଶିସ ଛଟେଇ, ମୀକୁ ପଣ୍ଡା, କୁଲୁ ପଣ୍ଡା, ଜିଲୁ ପଣ୍ଡା ଓମ୍ ଜେନା, ସୁଇଟ୍ ମହାରଣା, ଶ୍ରିନୁ ଗୌଡ଼ ଉପସ୍ଥିତ ରହି ପରିଚାଳିତ କରୁଛନ୍ତି l
