September 29, 2024

ଶ୍ରମ କୋର୍ଡ଼କୁ ବାତିଲ ଦାବିରେ 23 ସେପ୍ଟେମ୍ବର କୁ କଳା ଦିବସ ରୂପେ ପାଳନ  

Share

 

ରାୟଗଡା : ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଆଜି 23.09.2024 ରେ ରାୟଗଡା ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ପହଂଚି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମ ବୋଡ ଓ ଘରୋଇ କରଣ କୁ ବାତିଲ କରିବା ଦାବୀରେ କଳା ଦିବସ ପାଳନ କରିଥିଲେ l କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧିନ ଫେଡ଼େରେସନ ସମୂହ ପକ୍ଷରୁ ବାରମ୍ବାର ବୋର୍ଡ଼କୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ ସୁଧା କେନ୍ଦ୍ର ସରକାର ଶ୍ରମ ବୋର୍ଡ଼କୁ ଲାଗୁ ଲାଗି ଉଦ୍ଯମ ଜାରି ରଖିବା ଏକ ନିନ୍ଦନୀୟ ଘଟଣା। ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ପ୍ଟେମ୍ବର ୨୨ ରେ ଶ୍ରମ ବୋର୍ଡ଼କୁ ସଂସଦରେ କୌଣସି ଚର୍ଚ୍ଚା ନ କରି ବୋର୍ଡ଼ର କିଛି ଅଂଶକୁ ପାସ୍‌ କରିଥିବାରୁ ଥିବାରୁ ତାହାକୁ ନିନ୍ଦା କରିବା ସହିତ ୨୦୨୪ ସେପ୍ଟେମ୍ବର ୨୩ କୁ କଳା ଦିବସ ଭାବେ ପାଳନ କରିବା ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନରେନ୍ଦ୍ର ମୋଦୀ କଂ କୁଶ ପୁତ୍ତଳିକା ଦାହ କରିବାର ଦେଖିବାକୁମିଳିଥିଲା ।

ଶ୍ରମ ବୋର୍ଡ ବାତିଲ କରିବା, ଦେଶର ସମ୍ପତ୍ତି କର୍ପୋରେଟ ମାନଙ୍କୁ ବିକ୍ରି ବଦଂ କରିବା, ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରି 34000 ଟକାଂ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ସ୍କିମ୍ ୱାର୍କରସ ମାନକୁଂ ଶ୍ରମିକ ମାନ୍ୟତା ଯୋଗାଇ ଦେବା ଦାବୀ ନେଇ ଶ୍ରମିକ ନେତା ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି, ଭବାନୀ ଶଙ୍କର ଜେନା ଓ ବଳରାମ କୈଶଲ୍ୟା ୱାଇ ଶାମ୍ବା ମୂର୍ତ୍ତି ଅନାନ୍ୟ ନେତାଗଣ କେନ୍ଦ୍ର ସରକାର ଶ୍ରମିକ ମାରଣା ନିତି କୁ ତିବ୍ର ସମାଲୋଚନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ରେ

ଭବାନୀ ଶଙ୍କର ଜେନା , ରୁନା ନାୟକ , ତ୍ରିପତି ଗମାଙ୍ଗ, ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି, ବଲରାମ କୌଶଲ୍ୟା, ହରେଦ୍ରନାଥ ହରିଚନ୍ଦନ, ୱାଇ ଶାମ୍ବ ମୂର୍ତ୍ତୀ, ସୁନିଲ ଉପସ୍ଥିତ ରହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ