April 30, 2026

ବୁଗବୁଗା କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା

IMG-20250823-WA0058
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅଦ୍ୟ ତା ୨୩-୦୮-୨୦୨୫ ରିଖ ବୁଗବୁଗା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଠାରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସି.ଆର୍.ସି.ସି. ନନ୍ଦିଘୋଷ ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ନାଏକ । ଏହି ସଭାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମଟିକ୍ରା ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୁଏଙ୍କୁ ମାନପତ୍ର,ଉପଢୌକନ ଏବଂ ଫୁଲତୋଡ଼ା ପ୍ରଦାନ କରି ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ସି.ଆର.ସି.ସି କୃତାର୍ଥ ଚନ୍ଦ୍ର ଭୁଏ ଏବଂ ଧରମ ନାଏକ । ଏହି କାର୍ଯ୍ୟକ୍ରମରେ ବୁଗବୁଗା କ୍ଲଷ୍ଟର ଅଧୀନ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିବପ୍ରସାଦ ପଣ୍ଡା ଶିକ୍ଷକ ଜଗମୋହନ ଭୁଏ ତଥା କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରିଆଟିକ୍ରାର ପ୍ରଧାନ ଶିକ୍ଷକ ସନ୍ତୋଷ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।