*ସାଢ଼େ ୩ କୋଟି ବକେୟା ୧ ବର୍ଷେ ହେଲା ପ୍ରାପ୍ୟ ଅପେକ୍ଷାରେ ଶ୍ରମିକ *ଓ* **ଠିକାଦାର । RITES ଓ ନାଲକୋ ର ଚାଲିଛି ମନମାନି..
କୋରାପୁଟ (ଦାମନଯୋଡି)- ସାଢ଼େ ୩ କୋଟି ବକେୟା! ବର୍ଷେ ହେଲା ଟଙ୍କା ଅପେକ୍ଷାରେ ଶ୍ରମିକ ଓ ଠିକାଦାର— ଶେଷରେ ଦେଲେ ବଡ଼ ଚେତାବନୀ!”…RITES ଓ NALCOର ମନମାନି ଅଭିଯୋଗ, ହଇରାଣ ଗରିବ ଲୋକ!
ଦାମନଯୋଡ଼ିରୁ ଆସିଛି ଶ୍ରମିକ ଓ ଠିକାଦାରଙ୍କ ଦୁଃଖର କାହାଣୀ। ନାଲକୋ ଆଲୁମିନିୟମ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟରେ କାମ କରିଥିବା ସ୍ଥାନୀୟ ଶ୍ରମିକ, ଭେଣ୍ଡର ଓ ଠିକାଦାରଙ୍କ ପ୍ରାୟ ସାଢ଼େ ୩ କୋଟି ଟଙ୍କା ବକେୟା ରହିଥିବା ଅଭିଯୋଗ ହୋଇଛି। ବର୍ଷେ ହେଲା ନିଜ ପରିଶ୍ରମର ପ୍ରାପ୍ୟ ପାଇଁ ଅପେକ୍ଷା କରି କରି ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡ଼ିଥିବା କହିଛନ୍ତି। ବାରମ୍ବାର ଗୁହାରି ପରେ ମଧ୍ୟ ସମାଧାନ ନ ହେବାରୁ RITES ଓ NALCO ପକ୍ଷରୁ ମନମାନି ଚାଲିଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ ଓ ଠିକାଦାର।
ବକେୟା ଟଙ୍କା ଦାବିରେ ଏବେ ଏକାଠି ହୋଇ ସ୍ୱର ଉଠାଇଛନ୍ତି ମହିଳା-ପୁରୁଷ ଶ୍ରମିକ ଓ ଠିକାଦାର। ଶୀଘ୍ର ପ୍ରାପ୍ୟ ନ ମିଳିଲେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ସହ ପ୍ରକଳ୍ପ କାର୍ଯ୍ୟକୁ ଅଚଳ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏପରିକି ପ୍ରାପ୍ୟ ନ ମିଳିଲେ ‘ଆତ୍ମାହୁତି ଦେବୁ’ ବୋଲି କେତେକ ଆନ୍ଦୋଳନକାରୀ ଚେତାବନୀ ଦେଇଥିବା କୁହାଯାଇଛି। କାମ କରି ମଧ୍ୟ ବର୍ଷେ ହେଲା ପ୍ରାପ୍ୟ ନ ମିଳିବାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି ।ଏହା କେଉଁ ପ୍ରକାରର ନ୍ୟାୟ? (ଗୁପ୍ତେଶ୍ୱର ରଥ କୋରାପୁଟ)
