July 24, 2026

*କୋରାପୁଟ ଉପ ଜ଼ିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଦିଲ୍ଲୀ ଛାତ୍ର ଛାତ୍ରୀଙ୍କ ଉପରେ ଅମାନୁସିକ ଆକ୍ରମନ ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ..

IMG-20260723-WA0002
Share

୨୨/୦୭/୨୦୨୬ କୋରାପୁଟ – NEET ବିବାଦକୁ ନେଇ ଦିଲ୍ଲୀରେ ପ୍ରତିବାଦ, କୋରାପୁଟରେ କଂଗ୍ରେସର ବିକ୍ଷୋଭ…ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ଅମାନୁଷିକ ଆକ୍ରମଣ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନଙ୍କୁ ପୋଲିସ ଅଟକ ରଖିବା ଘଟଣାକୁ ନେଇ କୋରାପୁଟରେ ତେଜିଛି ପ୍ରତିବାଦ।

ଏହାର ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ କରାଯାଇଛି। ଦଳୀୟ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହ ଦିଲ୍ଲୀ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।

ଗଣତନ୍ତ୍ରରେ ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ନିଜ ଦାବି ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉଠାଇବାର ଅଧିକାର ରହିଛି। ଏହି ସ୍ୱରକୁ ବଳପୂର୍ବକ ଦମନ କରିବା ଗଣତନ୍ତ୍ର ପାଇଁ ବିପଦଜନକ ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି।

ଏହାସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରତିବାଦକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଦିଲ୍ଲୀରୁ ଉଠିଥିବା ପ୍ରତିବାଦର ସ୍ୱର ଏବେ କୋରାପୁଟରେ ପହଞ୍ଚିଛି। ଛାତ୍ରଛାତ୍ରୀଙ୍କ ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଗକୁ ମଧ୍ୟ ସଂଗ୍ରାମ ଜାରି ରହିବ ବୋଲି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। (ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed