ସୁରଜମଲ ସାହା ମହାବିଦ୍ୟାଳୟ ରେ ପୋସ୍କୋ ଆକ୍ଟ ୨୦୧୩ ଏବଂ ଆଜି ତା ୨୩/୭ ରିଖ ପୁରୀ ୟୁଜିସି ରେଗୁଲେସନ ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ l
ସୁରଜମଲ ସାହା ମହାବିଦ୍ୟାଳୟ ରେ ପୋସ୍କୋ ଆକ୍ଟ ୨୦୧୩ଏବଂ ୟୁଜିସି ରେଗୁଲେସନ ସମ୍ପର୍କରେ ଏକ କର୍ମଶାଳା ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଏବଂ ଆଇ ସିସି ମେମ୍ବର ମାନଙ୍କର ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଅଛି।ଆଇସିସି କମିଟିର ମୁଖ୍ୟ ପ୍ରଫେସର ସୁଜାତା ବେହେରା ସଭାର ଆଭିମୁଖ୍ୟ ତଥା ଯୌନ ଉତ୍ପୀଡ଼ନ କୁ ପ୍ରତିରୋଧ ଓ କିପରି ନିଷେଧ କରାଯାଇ ପାରିବ ସେ ସମ୍ପର୍କରେ ଧାରଣା ଦେଇଥିଲେ।ପ୍ରଫେସର ନଳୀନିକାନ୍ତ ପଟନାୟକ ମହିଳା ମାନେ କିପରି ଅଭିଯୋଗ କରିପାରିବେ ସେ ବିଷୟରେ ବୁଝାଇଥିଲେ।ଅଧ୍ୟକ୍ଷ ଶ୍ରୀଯୁକ୍ତ ସରତ କୁମାର ସାହୁ ସମସ୍ତ ଦିଗ ପ୍ରତି ଆଲୋକପାତ କରିଥିଲେ।ଆଇସିସି କମିଟିର ମେମ୍ବର ଶ୍ରୀଯୁକ୍ତ ବଳରାମ ମିଶ୍ର ଛାତ୍ରୀ ମାନେ କିପରି ନିଜ ସ୍ଥରରେ ସଚେତନ ରହିବେ ଓ ସୁରକ୍ଷିତ ରହିବେ ବିସ୍ତୃତ ଭାବେ ବୁଝାଇଥିଲେ , ଶେଷରେ ଆଇସିସି କମିଟିର ମେମ୍ବର ପ୍ରଫେସର ଶ୍ରୀଯୁକ୍ତ ପାଣିଗ୍ରାହୀ ଦୁର୍ଗା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଶିକ୍ଷକ ଓ ଅନ ଶିକ୍ଷକ କର୍ମଚାରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ କର୍ମଶାଳା ରେ ଉପସ୍ଥିତ ଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
